fbpx

INDIAର ଯୁଦ୍ଧ ଡାକରା: ସମନ୍ୱୟ କମିଟି ଘୋଷଣା, ୧୩ ଜଣ ନେତାଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ଟକ୍କର ଦେବା ପାଇଁ ବିରୋଧୀ ମହାମେଣ୍ଟ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ଆହ୍ୱାନ ଦେଇଛି । ଏହା ମଧ୍ୟରେ ଆଜି ମୁମ୍ବାଇଠାରେ ଅନୁଷ୍ଠିତ ଇଣ୍ଡିଆର ବୈଠକରେ ୨୮ଟି ବିପକ୍ଷ ଦଳର ନେତାମାନେ ସାମିଲ ହୋଇଥିଲେ । ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜେପିରୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଏହି ବୈଠକରେ ରଣନୀତି ପ୍ରସ୍ତୁତ ହୋଇଥିଲା ।

ଏହି ୧୩ ଜଣିଆ ସମନ୍ୱୟ କମିଟିରେ କଂଗ୍ରେସର କେ.ସି ଭେଣୁଗୋପାଳ, ଏନସିପିର ଶରଦ ପାୱାର, ଡିଏମକେର ଏମ.କେ ଷ୍ଟାଲିନ, ଶିବସେନା (ଉଦ୍ଧବ)ର ସଞ୍ଜୟ ରାଉତ, ଆରଜେଡିର ତେଜସ୍ୱୀ ଯାଦବ, ଟିଏମସିର ଅଭିଷେକ ବାନାର୍ଜୀ, ଆପର ରାଘବ ଚଢଢା, ସପାର ଜାଭେଦ ଖାନ, ଜେଡିୟୁର ଲଲନ ସିଂହ, ଜେଏମଏମର ହେମନ୍ତ ସୋରେନ, ସିପିଆଇର ଡି. ରାଜା, ଏନସିର ଉମର ଅବଦୁଲ୍ଲା, ପିଡିପିର ମେହବୁବା ମୁଫତୀଙ୍କୁ ସାମିଲ କରାଯାଇଛି ।

ହି କମିଟି ନିର୍ବାଚନ ପୂର୍ବରୁ ଜାତୀୟ ଏଜେଣ୍ଡା, ନିର୍ବାଚନ ପ୍ରଚାର ପ୍ରସଙ୍ଗ ଓ ସାଧାରଣ କାର୍ଯ୍ୟକ୍ରମ ଉପରେ ନିଷ୍ପତ୍ତି ଗ୍ରହଣ କରିବ । ତେବେ ବର୍ତ୍ତମାନ ସୁଦ୍ଧା ସଂଯୋଜକଙ୍କ ନାମ ଘୋଷଣା କରାଯାଇନାହିଁ । ଏହି କମିଟି ଗଠନ କରାଯିବା ପୂର୍ବରୁ ଆଜି ସକାଳେ ମହାମେଣ୍ଟର ଲୋଗୋ ଉନ୍ମୋଚନକୁ ସ୍ଥଗିତ ରଖାଯାଇଥିଲା । ଶେଷ ମୁହୂର୍ତ୍ତରେ କିଛି ନେତା ଲୋଗୋର ଡିଜାଇନ ପରିବର୍ତ୍ତନ ନେଇ ପରାମର୍ଶ ଦେଇଥିଲେ । ଏହି ବୈଠକରେ ସାମିଲ ହୋଇଥିବା ନେତାମାନେ ମୋଦୀ ସରକାରଙ୍କ ଉପରେ ବର୍ଷିଥିଲେ ।

Get real time updates directly on you device, subscribe now.