ବର୍ଷା ହେଲେ ବି ନିରାଶ ହେବ ନାହିଁ ଟିମ୍ ଇଣ୍ଡିଆ, ଜାଣନ୍ତୁ ଇଣ୍ଡିଆ ପାଖରେ କେଉଁ ସୁଯୋଗ ରହିଛି…

ଓଡିଶା ଭାସ୍କର; ଏସିଆ କପ-୨୦୨୩କୁ ନେଇ ଆଜି ଭାରତ ଓ ନେପାଳ ମଧ୍ୟରେ ଲଢେଇ । କାଣ୍ଡିର ପାଲେକାଲି ଇଣ୍ଟରନେସନାଲ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଖୋଳାଯିବା ନେଇ ସ୍ଥିର ହୋଇରହିଛି । ପୂର୍ବରୁ ନେପାଳ ପାକିସ୍ତାନ ସହ ଲଢେଇ କରି ଏକ ଲମ୍ବା ଅଙ୍କ ବ୍ୟବଧାନରେ ପରାସ୍ତ ହୋଇଛି । ୨୩୮ ରନରେ ପାକିସ୍ତାନ ଠାରୁ ଲଜ୍ଜାଜନକ ଭାବେ ପରାସ୍ତ ପରାସ୍ତ ହୋଇ ନେପାଳ ମାତ୍ର ପଏଣ୍ଟ ଶୂନ ରହିଛି । ସେହିପରି ଟିମ୍ ଇଣ୍ଡିଆର ରୋହତ ବାହିନୀଙ୍କ ପଲ୍ଲା ଯଥେଷ୍ଟ ଭାରି ରହିଛି । ଶକ୍ତିଶାଳୀ ଟିମ୍ ଇଣ୍ଡିଆକୁ ହରାଇବା ଆଜି ନେପାଳ ପାଇଁ ଏତେ ସହଜ ନୁହେଁ ।

ଅନ୍ୟପଟେ ଭାରତ କଥା ଦେଖିବାକୁ ଗଲେ, ଭାରତ ତା’ର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳିଥିଲା । ମାତ୍ର ବର୍ଷା ହେବା କାରଣରୁ ମ୍ୟାଚ ବାତିଲ ହୋଇଯାଇଥିଲା । ଫଳରେ ଉଭୟ ଦଳକୁ ପଏଣ୍ଟ ୧ ଲେଖାଏଁ ଦିଆଯାଇଥିଲା । ଯାହାକୁ ନେଇ ପାକିସ୍ତାନ ୩ ପଏଣ୍ଟ ପାଇବା ସହ ସୁପର-୪ରେ ପ୍ରବେଶ କରିଛି । ଅନ୍ୟପକ୍ଷରେ ଭାରତ ଏବେ ମାତ୍ର ୧ ପଏଣ୍ଟ ହାସଲ କରି ସନ୍ତୁଷ୍ଟ ରହିଛି । ସେହିପରି ଆଜି ଭାରତ ତା’ର ଦ୍ୱିତୀୟ ମ୍ୟାଚ ନେପାଳ ସହ ଖେଳିବାକୁ ଯାଉଛି । ହେଲେ ଆଜି ବି ବର୍ଷା ହେବାର ସମ୍ଭାବନା ଯଥେଷ୍ଟ ରହିଛି । ପାଣିପାଗ ବିଭାଗ ବର୍ଷା ହେବା ନେଇ ସତର୍କ ସୂଚନା ମଧ୍ୟ ଜାରି କରିଛି । କିନ୍ତୁ ବର୍ଷା ହେଲେ ବି ନିରାଶ ହେବ ନାହିଁ ଟିମ୍ ଇଣ୍ଡିଆ ।

କହିବାକୁ ଗଲେ ଅନ୍ୟ ଦଳ ଅପେକ୍ଷା ଭାରତ ପାଖରେ ଏକ ବଡ଼ ସୁଯୋଗ ରହିଛି । ଯଦି ଆଜି ପୁଣି ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୁଏ ତେବେ ପଏଣ୍ଟ ଭାଗ ହେବ । ଭାରତ ଆଗରୁ ପଏଣ୍ଟ ୧ରେ ରହିଥିବା ବେଳେ ଆଜି ପୁଣି ଆଉ ୧ପଏଣ୍ଟ ପାଇ ମୋଟ୍ ୨ ପଏଣ୍ଟ ସହ ସୁପର-୪ ରାଉଣ୍ଡରେ ସ୍ଥାନ ପାଇବ । ସେହିପରି ଯଦି ଭାରତ ଆଜି ନେପାଳ ଠାରୁ ବିଜୟ ହାସଲ କରେ ତାହେଲେ ୩ ପଏଣ୍ଟ ସହ ସିଧାସଖଳ ସୁପର-୪କୁ ଯିବ । ଏଣୁ ବର୍ଷା ହେଲେ ବି ନିରାଶ ହେବ ନାହିଁ ଟିମ୍ ଇଣ୍ଡିଆ ।