fbpx

ମରିଗଲାଣି କି ମାନବିକତା : ନବଜାତକୁ ହେଉଛି ହତାଦର

ବଲାଙ୍ଗୀର : ଆଜିକା ମଣିଷଙ୍କର ମାନବିକତା ମରିଗଲାଣି । ମଣିଷ ମାନଙ୍କ ମଧ୍ୟରେ ଆଉ ମଣିଷତ୍ତ୍ୱ ଦେଖିବାକୁ ମିଳୁନି । ସେହିଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଦେଖିବାକୁ ମିଳିଛି । ଏଠାରେ ଗୋଟେ ହୃଦୟହୀନା ମାଆକୁ ଅଲୋଡା ହୋଇଛି ତାହାର ନବଜାତ ଶିଶୁ କନ୍ୟା । ଜନ୍ମ ଦେଇ ମେଡିକାଲ ପାଇଖାନା ପାଖରେ ଛାଡି ଚାଲିଯାଇଛି । ମେଡିକାଲର କର୍ମଚାରୀ ମାନେ ଶିଶୁଟିକୁ ଉଦ୍ଧାର କରିବା ପରେ ଏସଏନସିୟୁରେ ଭର୍ତ୍ତି କରାଇଛନ୍ତି । ଶିଶୁଟି ପ୍ରକୃତରେ କାହାର ଏବେ ପର୍ଯ୍ୟନ୍ତ ଜଣାପଡି ନାହିଁ ।

ସୂଚନା ଅନୁସାରେ, ଆଜି ସକାଳେ ବଲାଙ୍ଗୀର ଭୀମଭୋଇ ମେଡିକାଲର ଫିମେଲ ମେଡିସିନ ୱାର୍ଡ ଶୌଚାଳୟରେ ଏକ ନବଜାତ ଶିଶୁକନ୍ୟା ପଡିଥିବାର ରୋଗୀ ଦେଖିଛନ୍ତି । ଏହା ଦେଖି ସେ ମେଡିକାଲ କର୍ମଚାରୀଙ୍କୁ ଖବର ଦେଇଥିଲେ । ସେଠାରୁ ମେଡିକାଲ କର୍ମଚାରୀ ଶିଶୁକୁ ଉଦ୍ଧାର କରି ଡାକ୍ତରଙ୍କୁ ଦେଖାଇଥିଲେ । ଶିଶୁକନ୍ୟାର ଓଜନ କମ ଥିବାରୁ ତାର ଅବସ୍ଥା ଗୁରୁତର ଥିଲା । ଏଥିଯୋଗୁଁ ଶିଶୁକୁ ଏସଏନସିୟୁରେ ଭର୍ତ୍ତି କରାଯାଇଛି । ମାଆ ଛୁଆକୁ ଜନ୍ମ ଦେବା ପରେ ଛାଡ଼ି ଚାଲିଯାଇଥିବା ଜଣାପଡିଛି । ଏବେ ପର୍ଯ୍ୟନ୍ତ ଏହି ଘଟଣା ନେଇ ମେଡିକାଲ କତ୍ତୃପକ୍ଷ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Get real time updates directly on you device, subscribe now.