fbpx

ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ପଦାଧିକାରୀଙ୍କ ନାମ ଘୋଷଣା: ୮୦ରୁ ଅଧିକ ନେତାଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ । ଏହାକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଲେଣି । ତେବେ ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଗତ କିଛି ଦିନ ଧରି ବେଶ୍ ଚର୍ଚ୍ଚା ଦେଖିବାକୁ ମିଳୁଛି । ଏହା ମଧ୍ୟରେ ବିଭିନ୍ନ ଦଳରେ ନୂଆ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଉଥିବା ଦେଖିବାକୁ ମିଳୁଛି ।

ତେବେ ଏହା ମଧ୍ୟରେ ବିଜେପି ତା’ର ଟିମରେ କିଛି ନୂଆ ନେତାଙ୍କୁ ସାମିଲ କରିଛି । ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ନୂଆ ନେତାଙ୍କ ତାଲିକା ଘୋଷଣା କରିଛନ୍ତି । ଦଳ ପକ୍ଷରୁ ୬ ଜଣ ଉପସଭାପତି, ୨ ଜଣ ସାଧାରଣ ସମ୍ପାଦକ, ୫ ଜଣ ସମ୍ପାଦକ, ଓବିସି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏଥିରେ ସ୍ଥାନ ପାଇଛନ୍ତି ।

ସୁବାଷ ଜେନା, ସୁକାନ୍ତ ବିଶ୍ୱାଳ, ଦିଲୀପ କର୍ସେଲ, ଯଶୋବନ୍ତ ନାୟକ, ଦୁର୍ଗାପ୍ରସନ୍ନ ନାୟକ ଓ ରାମଚନ୍ଦ୍ର ବେହେରାଙ୍କୁ ଉପସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ଏଥିସହିତ ରାଜ୍ୟ ସାଧାରଣ ସମ୍ପାଦକ, ରାଜ୍ୟ ସମ୍ପାଦକ, କୋଷାଧ୍ୟକ୍ଷ, କାର୍ଯ୍ୟାଳୟ ସମ୍ପାଦକ, ସାମାଜିକ ଗଣମାଧ୍ୟମ ସଂଯୋଜକ, ଆଇଟି ସଂଯୋଜକ, ଗଣମାଧ୍ୟମ ସଂଯୋଜକ, ପଲିସି ଆଣ୍ଡ ରିସର୍ଚ୍ଚ ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି । ୨୪ ଜଣ କାର୍ଯ୍ୟକାରିଣୀ ସଦସ୍ୟ, ୧୬ ଜଣ ସଂଯୋଜକ, ୧୩ ଜଣ ସ୍ଥାୟୀ ନିୟନ୍ତ୍ରିତ ସଦସ୍ୟ ଓ ୨୨ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କୁ ମନୋନୀତ କରାଯାଇଛି ।

Get real time updates directly on you device, subscribe now.