fbpx

ଗଣେଶ ଚତୁର୍ଥୀରେ ୩୦୦ ବର୍ଷ ପରେ ପଡୁଛି ଅଦ୍ଭୁତ ଯୋଗ, ଏହି ୩ ରାଶିର ଲୋକମାନଙ୍କର ବଢିଯିବ ବ୍ୟାଙ୍କ ବାଲାନ୍ସ

ଚଳିତ ବର୍ଷ ୧୮ ସେପ୍ଟେମ୍ବରରେ ପାଳିତ ହେବ ଗଣେଶ ଚତୁର୍ଥୀ ପର୍ବ । ଗଣେଶ ଚତୁର୍ଥୀରେ ଲୋକମାନେ ଭଗବାନ ଗଣେଶଙ୍କ ମୂର୍ତ୍ତି ଘରକୁ ଆଣି ୧୦ ଦିନ ପର୍ଯ୍ୟନ୍ତ ପୂଜା ଆରାଧନା କରିଥାନ୍ତି । କିନ୍ତୁ ଚଳିତ ବର୍ଷ  ଗଣେଶ ଚତୁର୍ଥୀ ଅବସରରେ ଏପରି ବହୁ ଦୂର୍ଲଭ ଯୋଗ ସୃଷ୍ଟି ହେଉଛି ଯାହା ବହୁ ଲୋକଙ୍କ ଭାଗ୍ୟୋଦୟ ଘଟାଇବ । ୩୦୦ ବର୍ଷ ପରେ ଏଥର ଗଣେଶ ଚତୁର୍ଥୀରେ ୩ ଶୁଭ ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହିଦିନ ବ୍ରହ୍ମା ଯୋଗ, ଶୁକ୍ଳ ଯୋଗ ଓ ଶୁଭ ଯୋଗ ସୃଷ୍ଟି ହେଉଛି ବୋଲି ଜ୍ୟୋତିଷବିଦମାନେ ମତ ରଖିଛନ୍ତି । ଏହି କ୍ରମରେ କେଉଁ ରାଶିର ଜାତକଙ୍କ ଭାଗ୍ୟୋଦୟ ଘଟିବ ଆସନ୍ତୁ ଜାଣିନେବା ।
ମେଷ:ଲମ୍ବୋଦରଙ୍କ ଆଶୀର୍ବାଦରୁ ଆପଣଙ୍କର ସମସ୍ତ ଅଟକି ରହିଥିବା କାମ ସଂପନ୍ନ ହେବ । ବ୍ୟକ୍ତିଗତ ଜୀବନରେ ଖୁସି ଭରିଯିବା ସହ ସନ୍ତାନ ପକ୍ଷରୁ ବି ଶୁଭ ଖବର ପାଇବେ । ଜମିଜମା କ୍ଷେତ୍ରରେ ଅର୍ଥ ନିବେଶ କରିବାର ଏହା ଉପକୂଳ ସମୟ । ଶ୍ରୀଗଣେଶଙ୍କୁ ସିନ୍ଦୁର ଚଢାଇ ପୂଜା କଲେ ମନୋସ୍କାମନା ପୂରଣ ହେବ ।
ମିଥୁନ: ଭାଗ୍ୟ ପରିବର୍ତ୍ତନ ସହିତ ଅପାର ଧନ ପ୍ରାପ୍ତି ଯୋଗ ରହିଛି । ଚାକିରୀ ହେଉ କି ବ୍ୟବସାୟ ସବୁକ୍ଷେତ୍ରରେ ଲାଭବାନ ହେବେ ।
ମକର: ଗଣେଶ ଚତୁର୍ଥୀ ଦିନଠାରୁ ଏହି ରାଶିର ଲୋକଙ୍କୁ ବିଶେଷ ମାନ ସମ୍ମାନ ଓ ପଦ ପ୍ରତିଷ୍ଠା ମିଳିବ । ଚାକିରୀ କି ବ୍ୟବସାୟ ଯାହା କରୁଥିଲେ ବି ଲାଭବାନ ହେବେ । ଏହିଦିନ ମନ୍ଦିର ଯାଇ ଭଗବାନ ଶ୍ରୀଗଣେଶଙ୍କୁ ପୂଜା କରିବାକୁ ଭୁଲନ୍ତୁ ନାହିଁ ।

Get real time updates directly on you device, subscribe now.