fbpx

ହୀରାକୁଦରେ ଖୋଲିବ ୨ ଟି ଗେଟ : ଜଳସ୍ତର ବୃଦ୍ଧି ପାଇଁ ନିଆଯାଇଛି ଏଭଳି ନିଷ୍ପତି

ସମ୍ବଲପୁର : ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଏନେଇ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରାହିଛି । ହୀରାକୁଦର ଡ୍ୟଅମର ଉପରମୁଣ୍ଡାରେ ଲଘୁଚାପ ଜନିତ ବର୍ଷା ହେବାର ସମ୍ଭାବନା ଥିବାରୁ ମୁଖ୍ୟମନ୍ତ୍ରୀ ଡ୍ୟାମର ଗେଟ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି । ଏନେଇ ଆଜି ଅପରାହ୍ନ ୪ଟାରେ ହୀରାକୁଦର ୨ଟି ଗେଟ ଖୋଲାଯିବ ବୋଲି ସୂଚନା ମିଳିଛି ।

ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୧୦ ଫୁଟ ରହିଥିଲା । କିନ୍ତୁ ଲଘୁଚାପର ପ୍ରଭାବରେ ଏହାର ଜଳସ୍ତର ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଗେଟ ଖୋଲିବା ପାଇଁ ଆଦେଶ ଦେଇଛନ୍ତି । ପ୍ରତି ସେକେଣ୍ଡରେ ଜଳ ୪୭୪୬୬ କ୍ୟୁସେକ ଜଳଭଣ୍ଡାରକୁ ପ୍ରବେଶ କରୁଛି । ଏହି ଅନୁପାତରେ ୩୪୭୬୧ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ମଧ୍ୟ ହେଉଛି । ଆଗକୁ ୩ ଧରି ବର୍ଷା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଉପରି ନିଷ୍ପତି ନିଆଯାଇଛି ବୋଲି ହୀରାକୁଦ ବନ୍ଧର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ସାହୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.