fbpx

ଓମଫେଡ୍ ଘିଅରେ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ ମହାପ୍ରସାଦ….

ଓଡିଶା ଭାସ୍କର; ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ପ୍ରଶାସକ ଅଜୟ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଶୃଙ୍ଖଳା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏଣିକି ଓମଫେଡ୍ ଘିଅରେ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ହେବ ବୋଲି ଶୃଙ୍ଖଳା କମିଟି ବୈଠକରେ ଏପରି ନିଷ୍ପତି ନିଆଯାଇଛି । ଭଲ ଘିଅ ଅର୍ଥାତ ଓମ୍ଫେଡ୍ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ବୈଠକରେ ଆଲୋଚନା ହୋଇଛି । ସେହିପରି ଆନନ୍ଦ ବଜାରରେ ଥିବା ଦୁଇଟି ଖଜା ଦୋକାନ ଭାଙ୍ଗି ରାସ୍ତା ବ୍ୟବସ୍ଥା ନେଇ କୋର କମିଟି ନିଷ୍ପତି ନେବା ପରେ ମୁଖ୍ୟ ପ୍ରଶାସକଙ୍କୁ ଅନୁମୋଦନ ପାଇଁ ପଠାଯିବ ।

ଅନ୍ୟପଟେ ଶୃଙ୍ଖଳା ଲାଗି ଆନନ୍ଦବଜାରରେ ଅଣ-ସୁଆରଙ୍କୁ ବାହାର କରି ଦିଆଯାଇଛି । ସୁଆର-ମହାସୁଆରଙ୍କୁ ସହାୟତା କରିବା ପାଇଁ ୨ ଜଣ ସହାୟକ ନିୟୋଜିତ ହେବେ ବୋଲି ଜଣାପଡିଛି । ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ, ଆନନ୍ଦ ବଜାରରେ ସଫେଇ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେବା ଓ ଜରି କାଢ଼ି ସେଡ୍ ବ୍ୟବସ୍ଥା କରିବାକୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି ।

 

Get real time updates directly on you device, subscribe now.