ସମ୍ବଲପୁର : ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏନେଇ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ଲଗାତାର ଭାବେ ବର୍ଷା ଜାରି ରହିଛି । ହୀରାକୁଦର ଉପରମୁଣ୍ଡାରେ ଲଘୁଚାପ ଜନିତ ବର୍ଷା ହେବାରୁ ମୁଖ୍ୟମନ୍ତ୍ରୀ ଗତକାଲି ଅପରାହ୍ନ ୪ଟା ବେଳେ ଡ୍ୟାମର ଗେଟ ଖୋଲିବା ପାଇଁ ଆଦେଶ ଦେଇଥିଲେ । କିନ୍ତୁ ରାଜ୍ୟରେ ବର୍ଷା ଲାଗି ରହିଥିବାରୁ ଆଜି ପୁଣି ୮ଟି ଗେଟ ଖୋଲା ଯାଇଛି ।
ସୂଚନା ଅନୁସାରେ, ହୀରାକୁଦ ଡ୍ୟାମର ଗତକାଲି ୨ଟି ଗେଟ ଖୋଲା ଯାଇଥିବା ବେଳେ ଆଜି ପୁଣି ୮ଟି ଗେଟ ଖୋଲା ଯାଇଛି । ବର୍ତ୍ତମାନ ମୋଟ ୧୦ଟି ଗେଟ ଦେଇ ହୀରାକୁଦ ଡ୍ୟାମର ଜଳ ନିଷ୍କାସନ ହେବ । ସକାଳ ୬ଟା ସୁଦ୍ଧା ଡ୍ୟାମର ଜଳସ୍ତର ୬୨୮.୭୧ ଫୁଟ ରହିଥିବାର ସୂଚନା ମିିଳିଛି । ଏହା ବ୍ୟତୀତ ଏହି ଡ୍ୟାମକୁ ୧ ଲକ୍ଷ ୪୨ ହଜାର ୭୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୭୨ ହଜାର ୧୯୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।