fbpx

ପ୍ରତି ବର୍ଷ ୧୪ ସେପ୍ଟେମ୍ବରରେ କାହିଁକି ପାଳନ କରାଯାଏ ହିନ୍ଦୀ ଦିବସ, ଜାଣନ୍ତୁ ହିନ୍ଦୀକୁ ରାଷ୍ଟ୍ର ଭାଷା ମାନ୍ୟତା କାହିଁକି ମିଳି ନାହିଁ ?

ନୂଆଦିଲ୍ଲୀ: ପ୍ରତି ବର୍ଷ ୧୪ ସେପ୍ଟମ୍ବରକୁ ହିନ୍ଦୀ ଦିବସ ପାଳନ କରାଯାଏ । ଏହି ଦିନଟି ହିନ୍ଦୀ ଭାଷାଭାଷୀ ଲୋକମାନଙ୍କ ପାଇଁ ଏକ ଖାସ ଦିନ । ସ୍କୁଲ, କଲେଜ, ଅନେକ ଶିକ୍ଷାନୁଷ୍ଠାନରେ ଏହି ଦିବସକୁ ପାଳନ କରାଯାଏ । ଭାରତରେ ଅଲଗା ଜାତି ଧର୍ମର ଲୋକମାନେ ବସବାସ କରନ୍ତି । କିନ୍ତୁ ହିନ୍ଦୀ ଭାଷା ଆମ ଭିତରେ ଥିବା ଦୂରତାକୁ କମ କରିଥାଏ । ଏଠାରେ ହିନ୍ଦୀ କହୁଥିବା ଲୋକଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ହିନ୍ଦୀକୁ ରାଷ୍ଟ୍ରଭାଷାର ମାନ୍ୟତା ମିଳିପାରିନାହିଁ । କିନ୍ତୁ ପ୍ରତି ବର୍ଷ ସେପ୍ଟେମ୍ବର ୧୪ କୁ ହିନ୍ଦୀ ଦିବସ ଭାବରେ ପାଳନ କରାଯାଏ ।

ସେପ୍ଟେମ୍ବର ୧୪ରେ ହିନ୍ଦୀ ଦିବସ ପାଳନ କରିବାର ୨ ଟି କାରଣ ରହିଛି । ୧୪ ସେପ୍ଟେମ୍ବର ୧୯୪୯ରେ ଆଲୋଚନା ପର୍ଯ୍ୟାଲୋଚନା ପରେ ହିନ୍ଦୀ ଭାଷାକୁ ଦେବନଗରୀ ଲିପିରେ ଅଧିକାରୀ ଭାଷା ଭାବରେ ହିନ୍ଦୀ ଭାଷାକୁ ଘୋଷଣା କରାଗଲା । ପଣ୍ଡିତ ଜବାହାର ଲାଲ ନେହେରୁ ଏହି ତାରିଖ ଅର୍ଥାତ ୧୪ ସେପ୍ଟେମ୍ବରକୁ ନିଜେ ଚୟନ କରିଥିଲେ । ଏହି ଦିବସକୁ ପାଳନ କରିବାର ଅନ୍ୟ ଏକ କାରଣ ହେଉଛି ଏହି ଦିନ ପ୍ରସିଦ୍ଧ କବି ରାଜେନ୍ଦ୍ର ସିଂଙ୍କ ଜୟନ୍ତୀ ମଧ୍ୟ ଏହି ଦିନ ପାଳନ କରାଯାଏ । ହିନ୍ଦୀ ଦିବସକୁ ପ୍ରଥମ ଥର ୧୯୫୩ରେ ପାଳନ କରାଯାଇଥିଲା ।

ମହାତ୍ମା ଗାନ୍ଧୀ ହିନ୍ଦି ଭାଷାକୁ ଜନମାନସ ଭାଷା କହିଥିଲେ । ସେ ହିନ୍ଦୀକୁ ରାଷ୍ଟ୍ରଭାଷା କରିବାକୁ ଚାହୁଁଥିଲେ । ୧୯୧୮ ରେ ଆୟୋଜନ ହୋଇଥିବା ସାହିତ୍ୟ ସମ୍ମିଳନୀରେ ସେ ହିନ୍ଦୀ ଭାଷାକୁ ରାଷ୍ଟ୍ରୀୟ ଭାଷା କରିବା ପାଇଁ ଦାବି କରିଥିଲେ । ସ୍ୱାଧିନତା ପରେ ଏହାକୁ ନେଇ ଅନେକ ତର୍କ ଚାଲିବା ପରେ ୧୪ ସେପ୍ଟେମ୍ବର ୧୯୪୯ରେ ସମ୍ବିଧାନ ସଭାରେ ହିନ୍ଦୀକୁ ରାଜ୍ୟ ଭାଷା କରିବାକୁ ନିଷ୍ପତି ନିଆଯାଇଥିଲା । କିନ୍ତୁ ଏଥିରେ ଦକ୍ଷିଣ ଭାରତୀୟ ଲୋକ ଖୁସି ନଥିଲେ । ସେମାନଙ୍କ କହିବା ଅନୁସାରେ ଯଦି ସବୁ ଲୋକ ହିନ୍ଦୀ କହିବାକୁ ବାଧ୍ୟ ତେବେ ଦେଶ ସ୍ୱାଧିନ କ’ଣ ପାଇଁ ହେଉଥିଲା । ଏହାକୁ ନେଇ ଅନେକ ଲୋକ ରାଜି ନଥିବାରୁ ହିନ୍ଦୀ ଭାଷାକୁ ରାଷ୍ଟ୍ର ଭାଷାର ମାନ୍ୟତା ମିଳିପାରି ନଥିଲା । ହିନ୍ଦୀକୁ ରାଜ୍ୟ ଭାଷାର ଅଧିକାର ମିଳିଥିବାରୁ ଲୋକମାନେ ଏବଂ ସରକାରୀ କାର୍ଯ୍ୟରେ ଏହି ଭାଷାକୁ ବ୍ୟବହାର କରାଯାଉଛି ।

Get real time updates directly on you device, subscribe now.