fbpx

ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଲା ସ୍କର୍ପିଓ : ଘଟଣାସ୍ଥଳରେ ଚାଳକ ମୃତ

କରଞ୍ଜିଆ : ଦିନକୁ ଦିନ ଦୁର୍ଘଟଣାର ମାମଲା ବୃଦ୍ଧି ପାଇବାରେ ଲାଗିଛି । ସହିଭଳି ଏକ ଭୟାନକ ଦୁର୍ଘଟଣା ସାମ୍ନାକୁ ଆସିଛି । ଆଜି ସକାଳେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ସୀମାନ୍ତ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ସ୍କର୍ପିଓ ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ସୂଚନା ଅନୁସାରେ : ଆଜି ସକାଳେ ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଗୋଟେ ସ୍କର୍ପିଓ ନିଜର ଭାରସାମ୍ୟ ହରାଇ ତୁରୁମୁଙ୍ଗା ବୈତରଣୀ ପୋଲର ଡିଭାଇଡ଼ରକୁ ଧକ୍କା ଦେଇଛି । ଯାହାଫଳରେ କି ଘଟଣା ସ୍ଥଳରେ ହିଁ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ଜୁଲ ଫିକ୍କର । ସେ ମୁର୍ଗାପାଟରେ ଏକ ହୋଟେଲ କରି ରହୁଥିଲେ। ଆଜି ସେ ଯାଜପୁର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ଚଢେଇଭୋଳ ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.