fbpx

ଆମେରିକାର ଏହି ପରିବାର ଘର ପଛପଟେ ଦେଖିଥିିଲେ ଏଲିଅନ, ଉଚ୍ଚତା ୧୦ ଫୁଟରୁ ଅଧିକ ଥିବା ବେଳେ କାନ ଓ ଦାନ୍ତ ଚମକୁଥିବା ଆଣ୍ଟିନା ପରି ଥିଲା

ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠରେ ଏଲିଅନର ଉପସ୍ଥିତିକୁ ନେଇ ସାରା ବିଶ୍ୱରେ ବିଭିନ୍ନ ସମୟରେ ବହୁ କାହାଣୀ ସାମ୍ନାକୁ ଆସୁଛି । ତେବେ ଏଲିଅନର ଉପସ୍ଥିତି ନେଇ ଏ ପର୍ଯ୍ୟନ୍ତ ସେପରି କିଛି ବଳିଷ୍ଠ ପ୍ରମାଣ ମିଳିନାହିଁ । କିନ୍ତୁ ମେକ୍ସିକୋ ସହରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଲିଅନ୍ସର ମୃତଦେହ ପ୍ରଦର୍ଶିତ କରାଯାଇଛି ଯାହାକୁ ଦେଖି ସାରାଦୁନିଆ ଆଶ୍ଚର୍ଯ୍ୟାନ୍ୱିତ ହୋଇପଡିଛି ।

ଏହାରି ମଧ୍ୟରେ ଲସ୍ ଭେଗାସରେ ଏକ ପରିବାର ସେମାନଙ୍କ ଘର ପଛପଟେ ଏଲିଅନ ଦେଖିଥିବା ନେଇ ଦାବୀ କରିଛନ୍ତି । ଏହି ପରିବାର ୯୧୧ରେ ପୋଲିସକୁ ଫୋନ୍ କରି ଏଲିଅନ ବିଷୟରେ ରିପୋର୍ଟ କରିବା ପରେ ଏହି ଘଟଣା ଚାରିଆଡେ ବିଜୁଳି ବେଗରେ ଖେଳି ଯାଇଥିଲା । ପରିବାରର ସବୁଠାରୁ ସାନ ପୁଅ ଯୋଶୁଆ କହିଛନ୍ତି, ମୋତେ ବିଶ୍ୱାସ ହେଉଛି କି ମୁଁ ଏପରି କିଛି ଦେଖିଛି ଯାହା ପୃଥିବୀର ନୁହେଁ । ଆମେ ତାକୁ ଦେଖିବା ଲାଗି ଯେତେବେଳେ ବାହାରକୁ ଆସିଲୁ ଦେଖିଲୁ ଏହା ପାଚେରୀ ଉପରେ ଚଢିବାକୁ ଯାଉଛି । ଏହାର ଉଚ୍ଚତା ସାଧାରଣ ଲୋକଙ୍କ ଠାରୁ ଅଧିକ ରହିଛି । ତାହାର କାନ ଓ ଦାନ୍ତ ଚମକୁଥିବା ଆଣ୍ଟିନା ପରି ନଜର ଆସୁଥିଲା । ଲାଗୁଥିଲା ଯେପରି ତା’ର ନାକ ନ ଥିଲା ।

ଡେଲି ମେଲ୍‌ର ଖବର ଅନୁଯାୟୀ ସେମାନେ ଏବେ ଏହି କାହାଣୀକୁ ପୁଣି ଦୋହରାଇଛନ୍ତି । ଲୋକମାନେ କାଳେ ସେମାନଙ୍କୁ ପାଗଳ ବୋଲି ଭାବିବେ ସେଥିପାଇଁ ପରିବାର କାହାକୁ କିଛି ନ କହି କିଛିଦିନ ପର୍ଯ୍ୟନ୍ତ ଚୁପ୍ ରହିଯାଇଥିଲେ । ଏହାପରେ ସେମାନେ ୯୧୧କୁ ଫୋନ୍ କରି କହିଥିଲେ ୨ ଟି ବିଶାଳ ଏଲିଅନ ଏକ ୟୁଏଫ୍‌ଓରେ ସେମାନଙ୍କ ଘର ପଛପଟେ ଓହ୍ଲାଇଥିଲେ । ଏବେ ସେମାନେ ସେହି ଏଲିଅନ୍ସର ଫଟୋ ପ୍ରସ୍ତୁତ କରି ଦେଖାଇଛନ୍ତି ।
ପରିବାରର ବଡ ପୁଅ କହିଛନ୍ତି, ଏହି ଘଟଣା ପର ଠାରୁ ଆମ ପରିବାର ଉପରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ ହୋଇଛି । ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଏଲିଅନ କେଉଁଠାରେ ଓହ୍ଲାଇଥିଲା, କେଉଁଠାରେ ପାଚେରୀ ଉପରେ ଚଢିଥିଲା ଇତ୍ୟାଦି । ଓକିଲ ସାମ ହାଇଦରୀ କହିଛନ୍ତି , ସେମାନେ ଏହାର ପ୍ରଚାର ଚାହୁଁ ନ ଥିଲେ । ସେମାନେ କେବଳ ପୋଲିସରେ ଏହି ସୂଚନା ଦେଇଥିଲେ ।

ଏହି ପରିବାର କହିଛନ୍ତି ଏଲିଅନ ପାଖରେ ଏକ ଲାଇଟ୍ ବଲ୍ ଥିଲା ଓ ଏହା ଗୋଟିଏ ଗୋଡକୁ ଭାଙ୍ଗି ଛିଡା ହୋଇଥିଲା । ଏଲିଅନର ଏହି ଭିଡିଓ ୮ ଜୁନ୍‌ରେ ୟୁଟ୍ୟୁବ ଚ୍ୟାନେଲ ଲ’ ଆଣ୍ଡ କ୍ରାଇମ ନେଟୱାର୍କରେ ପୋଷ୍ଟ କରାଯାଇଥିଲା । ଏହି ୩ ମାସ ମଧ୍ୟରେ ଏହାକୁ ୧୦ ଲକ୍ଷ ଥର ଦେଖାଯାଇ ସରିଛି । ପରିବାର ପକ୍ଷରୁ କୁହାଯାଇଛି ଯେତେବେଳେ ଏଲିଅନ ଓହ୍ଲାଇଥିଲା ସେତେବେଳେ ଭୂମିରେ ଏକ ବଡ ଶବ୍ଦ ସୃଷ୍ଟି ହୋଇଥିଲା । ଯେତେବେଳେ ସେମାନେ କ’ଣ ପଡିଲା ବୋଲି ଦେଖିବାକୁ ଚେଷ୍ଟା କରିଥିଲେ ସେତେବେଳେ ସାରା ପରିବେଶ ଧୂଆଁଳିଆ ହୋଇଯାଇଥିଲା । ଏହାପରେ ସେମାନେ ନିଜ ଚାରିପଟେ ବହୁ ସଂଖ୍ୟାରେ ପାଦଶବ୍ଦର ସ୍ୱର ଶୁଣିଥିଲେ । ତେବେ ପରିବାରର ଏହି କାହାଣୀ ପଡୋଶୀଙ୍କ ରିଙ୍ଗ କ୍ୟାମେରାରେ କଏଦ ହୋଇଯାଇଥିଲା । ଏହି ଏଲିଅନ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ଥିଲା ଓ ବହୁତ ପତଳା ଥିଲା । ଏମାନଙ୍କ ନିଃଶ୍ୱାସ ନେବାର ଶବ୍ଦ ମଧ୍ୟ ସଂପୃକ୍ତ ପରିବାର ଶୁଣି ପାରିଥିଲେ ।

Get real time updates directly on you device, subscribe now.