fbpx

(video)ଦେଶ ଉଦ୍ଦେଶ୍ୟରେ ସମର୍ପଣ କଲେ ଯଶୋଭୂମି ସେଣ୍ଟର, ଜୋତା ହାତରେ ଧରି ମୋଚୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରକାରେ ନିର୍ମିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଆଣ୍ଡ ଏକ୍ସପୋ ସେଣ୍ଟର(IICC)ର ପ୍ରଥମ ପର୍ଯ୍ୟାୟ ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି । ଯଶୋଭୂମି କନଭେନସନ ସେଣ୍ଟର କୁହାଯାଉଥିବା ଏହି ସେଣ୍ଟରକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ସବୁଠାରୁ ଅଲଗା ଅନ୍ଦାଜରେ ନଜର ଆସିଛନ୍ତି ।

ଏକ୍ସପୋ ସେଣ୍ଟରରେ ସେ ସର୍ବପ୍ରଥମେ ଜୋତା ଚପଲ କାରିଗରଙ୍କୁ ଭେଟିଛନ୍ତି । ଏହି ସମୟରେ ସେ ମୋଚୀମାନଙ୍କ ସହ କଥାବାର୍ତ୍ତା କରିଛନ୍ତି । ମୋଚୀଙ୍କ ଦ୍ୱାରା ନିର୍ମିତ ଜୋତା ହାତରେ ଧରି ସେ ଏହାକୁ ପ୍ରଶଂସା କରିବା ସହ କାରିଗରଙ୍କ ସହ ଆଲୋଚନା କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ କେବଳ ମୋଚୀମାନଙ୍କ ସହ ନୁହେଁ ମାଟିର କାରିଗର କୁମ୍ଭାରମାନଙ୍କ ସହ ବି ସାକ୍ଷାତ ଆଲୋଚନା କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ସେମାନଙ୍କ କଳା ବିଷୟରେ ପଚାରି ବୁଝିଛନ୍ତି ଓ ସେମାନଙ୍କୁ ଉତ୍ସାହିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଯଶୋଭୂମି ନାମରେ ଯେଉଁ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଆଣ୍ଡ ଏକ୍ସପୋ ସେଣ୍ଟର ଦେଶକୁ ସମର୍ପିତ କରିଛନ୍ତି ସେଥିରେ ୧୫ କନଭେନସନ ସେଣ୍ଟର ଓ ୧୧ହଜାର ଲୋକ ଏକ ସଙ୍ଗେ ବସିବାର କ୍ଷମତା ରହିଛି । ୨୫,୭୦୩ କୋଟି ଟଙ୍କା ବ୍ୟୟରେ ଏହି ଯଶୋଭୂମି ପ୍ରୋଜେକ୍ଟକୁ ରୂପ ଦିଆଯାଇଛି ।

Get real time updates directly on you device, subscribe now.