fbpx

ଘୋଷଣା ହେଲା SSC CGL ର ପ୍ରଥମ ପରୀକ୍ଷା ଫଳ : ଏହି ଲିଙ୍କ ssc.nic.inକୁ ଯାଇ କରନ୍ତୁ ଚେକ

ନୂଆଦିଲ୍ଲୀ : କର୍ମଚାରୀ ଚୟନ ଆୟୋଗ(SSC) ମିଳିତ ସ୍ନାତକ ସ୍ତର ପରୀକ୍ଷା ୨୦୨୩ର ପ୍ରଥମ ପର୍ଯ୍ୟୟ ଫଳାଫଲ ଘୋଷଣା ହୋଇଛି । ପ୍ରାର୍ଥୀମାନେ ssc.nic.in ଲିଙ୍କକୁ ଯାଇ ନିଜର ଫଳାଫଳ ଚେକ କରି ପାରିବେ । ନିମ୍ନରେ ଏହାର ଲିଙ୍କଟିକୁ ଦିଆଯାଇଛି । କମିଶନ ଏଥିରେ ଆୟୋଗ ବର୍ଗ ଏବଂ ପୋଷ୍ଟ ଅନୁଯାୟୀ କଟ ଅଫ ମାର୍କ ମଧ୍ୟ ଘୋଷଣା କରାଯାଇଛି ।

SSC CGL ର ପ୍ରଥମ ପରୀକ୍ଷା ଜୁଲାଇ ୧୪ ରୁ ୨୭ ତାରିଖ ପର୍ଯ୍ୟନ୍ତ କମ୍ପ୍ୟୁଟର ଆଦାରିତ ମୋଡରେ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଡ୍ରାଇଭରଙ୍କୁ ନିୟୁକ୍ତି କରାଯିବ, ଏନେଇ ମନୋନିତ ପ୍ରାର୍ଥୀ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଦେବେ । ଏହାପରେ କମିସନସୂଚନା ଦେଇଛନ୍ତି ଯେ, ପରୀକ୍ଷା ଏକାଧିକ ସିଫ୍ଟରେ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷାରେ ପ୍ରାର୍ଥୀଙ୍କ ଯୋଗ୍ୟତା ଅନୁଯାୟୀ ସେମାନେ ସ୍ୱଭାବିକ ହୋଇଚନ୍ତି ।

ରିଜଲ୍ଟ ପିଡିଏଫରେ ଯୋଗ୍ୟ ପ୍ରାର୍ଥୀଙ୍କର ନାମ ଏବଂ ରୋଲ ନମ୍ବର ଉଲ୍ଲେଖ କରାଯାଇଛି । କିନ୍ତୁ ବିଭିନ୍ନ କୋର୍ଟର ନିର୍ଦ୍ଦେଶ ପାଇ ୧୧୩ ଜଣ ପ୍ରାର୍ଥୀଙ୍କ ଫଳାଫଳକୁ ଅଟକ ରଖାଯାଇଛି ବୋଲି SSC ସୂଚନା ଦେଇଛନ୍ତି । ଗ୍ରାଜୁଏସନ ସ୍ତରର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଅକ୍ଟୋବର ୨୫ ରୁ ୨୭ ପର୍ଯ୍ୟନ୍ତ ହେବ ବୋଲି ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.