ବ୍ୟାଙ୍କରୁ ଲୋନ ନେଇ ଏହା ଜାଣିଶୁଣି ପରିଶୋଧ ନ କରୁଥିଲେ ତେବେ ହୋଇ ଯାଆନ୍ତୁ ସାବଧାନ । କାରଣ ଆରବିଆଇ ଏବେ ନେବାକୁ ଯାଉଛି ବଡ ପଦକ୍ଷପ । ଯେଉଁମାନେ ଲୋନ ବ୍ୟାଙ୍କକୁ ଠିକ ସମୟରେ ପରିଶୋଧ କରୁ ନାହାଁନ୍ତି ସେମାନଙ୍କୁ ଡିଫଲ୍ଟର ଶ୍ରେଣୀରେ ରଖିଛି । ସେମାନଙ୍କ ପାଇଁ ମାଷ୍ଟର ପ୍ଲାନ ମଧ୍ୟ ଜାରି କରିଛି । ଯେଉଁମାନଙ୍କର କ୍ଷମତା ରହିଛି ଏବଂ ସେମାନେ ଋଣ ପରିଶୋଧ କରିବାକୁ ମନା କରିଛନ୍ତି, ସେମାନଙ୍କୁ ଇଚ୍ଛାକୃତ ଡିଫଲ୍ଟର ଶ୍ରେଣୀରେ ରଖା ଯାଇଛି । ଆରବିଆଇ ସେମାନଙ୍କ ପାଇଁ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି, ୩୧ ଅକ୍ଟେବର ସୁଧା ସେମାନଙ୍କୁ ଟିସ୍ଫଣୀ ମଗା ଯାଇଛି । ଏହା ପରେ ସେମାନଙ୍କୁ ଆଇନକୁ ନିଆଯିବ ।
ନିର୍ଦ୍ଦେଶାବଳୀ ଡ୍ରାଫ୍ଟରେ କୁହାଯାଇଛି, ଯେଉଁଠାରେ ଆବଶ୍ୟକ ପଡିବ ସେଠାରେ ଋଣ ନେଇଥିବା ଲୋକ, ଗ୍ୟାରେଣ୍ଟି ଦେଇଥିବା ଲୋକ ଉପରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ରିଜର୍ଭ ବ୍ୟାଙ୍କ ୩୧ ଅଗଷ୍ଟ ସୁଧା ଏଥିରେ ସାମିଲ ଥିବା ପକ୍ଷଙ୍କୁ ଏହା ଉପରେ ମତ ଦେବା ପାଇଁ କୁହାଯାଇଛି । ଆରବିଆଇ ଋଣ ପରିଶୋଧ କରୁ ନ ଥିବା ଲୋକମାନଙ୍କ ପରିଚୟ ଏପରି କରୁଛି ଯେଉଁମାନଙ୍କର ଋଣ ପରିଶୋଧ କରିବାର କ୍ଷମତା ଅଛି କିନ୍ତୁ ସେମାନେ କରୁ ନାହାଁନ୍ତି । ସେମାନେ ବ୍ୟାଙ୍କୁ ଟଙ୍କା ଫେରାଉ ନାହାନଁନ୍ତି କିମ୍ବା ଅନ୍ୟ କେଉଁ ସ୍ଥାନରେ ଏହି ଋଣକୁ ବିନିଯୋଗ କରୁନାହାନ୍ତି । ଆରବିଆଇରେ ପୂର୍ବରୁ ଏପରି କୌଣସି ନିୟମ ନଥିଲା ଯାହା ଦ୍ୱାରା ଋଣ ପରିଶେଧ କରୁ ନଥିବା ଲୋକମାନଙ୍କୁ ଚିହ୍ନଟ କରିବା ପାଇଁ । ଯେଉଁମାନଙ୍କୁ ଡିଫଲ୍ଟ ଶ୍ରେଣୀରେ ରଖା ଯାଇଛି ସେମାନଙ୍କୁ କ୍ରେଡିଟ କାର୍ଡ ସୁବିଧା ମଧ୍ୟ ମିଳିବ ନାହିଁ କିମ୍ବା ସେମାନେ ପୂର୍ଣ୍ଣବାର ଏହାକୁ ଆପ୍ଲାଏ କରିପାରିବେ ନାହିଁ । ଆରବିଆଇ କହିଛି ପ୍ରଇଭେଟ ବ୍ୟାଙ୍କ ଗୁଡିକ ମଧ୍ୟ ସେମାନଙ୍କ ପାଇଁ ଏହି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ।