fbpx

IBSA ମନ୍ତ୍ରୀସ୍ତରୀୟ ବୈଠକରେ ଭାରତରେ ମହିଳା ସଂରକ୍ଷଣକୁ ନେଇ ଖୁବ୍ ପ୍ରଶଂସା, ତାଳିମାଡରେ ଭାରତକୁ ସ୍ୱାଗତ କଲେ ଏହିସବୁ ଦେଶ

 ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା(ଆଇବିଏସ୍‌ଏ) ମନ୍ତ୍ରୀସ୍ତରୀୟ ବୈଠକରେ ଭାଗ ନେବା ପାଇଁ ନ୍ୟୁୟର୍କରେ ପହଞ୍ଚିଛନ୍ତି । ଲୋଟେ ପ୍ୟାଲେସ ହୋଟେଲର ଚତୁର୍ଥ ମହଲାରେ ଆୟୋଜିତ ବୈଠକରେ ସାମିଲ ହୋଇଥିବା ଅନ୍ୟ ଦେଶର ମନ୍ତ୍ରୀମାନଙ୍କୁ ଜୟଶଙ୍କର ଭାରତର ସଂସଦରେ ଆୟୋଜିତ ବିଶେଷ ଅଧିବେଶନ ବିଷୟରେ କହିଥିଲେ । କିପରି ଭାରତ ସରକାର ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ଲାଗି ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ସଂପର୍କିତ ବିଲ୍ ପାସ୍ କରିପାରିଛି ସେ ସଂପର୍କରେ ସୂଚନା ଦେଇଥିଲେ ।

ଜୟଶଙ୍କରଙ୍କ କଥା ଶୁଣିବା ପରେ ଦକ୍ଷିଣ ଆଫ୍ରିକୀୟ ମନ୍ତ୍ରୀ ନଲେଦୀ ପଣ୍ଡୋର କହିଥିଲେ ଏହା ଭାରତର ପ୍ରଗତିଶୀଳ ପଦକ୍ଷେପ । ବୈଠକରେ ଭାରତର ଏହି ପଦକ୍ଷେପକୁ ତାଳିମାଡ ଭିତରେ ବେଶ୍ ସ୍ୱାଗତ କରାଯାଇଥିଲା ।

ମହିଳା ସଂରକ୍ଷଣ ବିଧେୟକକୁ ନେଇ ବୈଠକରେ ଭାରତର ଖୁବ୍ ପ୍ରଶଂସା ହୋଇଥିଲା । ଜୟଶଙ୍କର ଓ ଅଷ୍ଟ୍ରେଲିଆର ବିଦେଶ ମନ୍ତ୍ରୀ ପେନୀ ବୋଙ୍ଗଙ୍କ ମଧ୍ୟରେ ଆଲୋଚନା ସମୟରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା । ସେହିପରି ବ୍ରିଟେନର ମନ୍ତ୍ରୀ ତାରିକ ଅହମ୍ମଦ ଜୟଶଙ୍କରଙ୍କୁ ଭେଟିବା ଲାଗି ସେହି ହୋଟେଲର କେନେଡି ରୁମ୍‌ରେ ପହଞ୍ଚିବା ପରେ ସେ ମଧ୍ୟ ଭାରତକୁ ଜି୨୦ର ସଫଳ ଆୟୋଜନ ଲାଗି ଶୁଭେଚ୍ଛା ଜଣାଇଥିଲେ । ବାହାରିନର ବିଦେଶ ମନ୍ତ୍ରୀ ଅବଦୁଲାତିଫ ବିନ ରଶିଦ ଅଲ ଜୟାନୀ ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷୀୟ ଆଲୋଚନା ସମୟରେ ଜି ୨୦କୁ ନେଇ ଭାରତକୁ ପ୍ରଶଂସା କରିଥିଲେ ।

Get real time updates directly on you device, subscribe now.