fbpx

୧୫୦ ବର୍ଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ସୁସ୍ଥ ଜୀବନ ଜୀଇଁ ପାରିବ ମଣିଷ, ବୈଜ୍ଞାନିକ କହିଲେ ଏହା କେମିତି ସମ୍ଭବ

ନୂଆଦିଲ୍ଲୀ: ଉନବିଂଶ ଶତାବ୍ଦୀ ପର ଠାରୁ ବିଜ୍ଞାନ ଜଗତରେ ବହୁ ମହାନ୍ ଉପଲବ୍ଧି ହାସଲ ହେବା ସହ ମାନବ ଆୟୁରେ ମଧ୍ୟ ବୃଦ୍ଧି ଘଟିଛି । ଆଧୁନିକ ଚିକିତ୍ସା ସେବା ଓ ବିଭିନ୍ନ ଟୀକାର ବିକାଶ ମାନବ ସମାଜକୁ ବିଭିନ୍ନ ରୋଗରୁ ରକ୍ଷା ପାଇବା ଲାଗି ସହାୟତା କରିଛି । ଯଦି ଏହିପରି ଭାବରେ ସବୁକିଛି ଠିକ୍ ରହିବ ତେବେ ମାନବ ଜାତି ଆଗାମୀ କିଛି ବର୍ଷ ମଧ୍ୟରେ ୧୨୦ ବର୍ଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବରେ ସୁସ୍ଥ ଜୀବନ ଜୀଇଁ ପାରିବ । ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁସାରେ ଡା. ଅର୍ନର୍ଷ୍ଟ ୱନ ଶ୍ୱାର୍ଜଙ୍କ କହିବା ଅନୁଯାୟୀ ଷ୍ଟେମ ସେଲ୍ ରିସର୍ଚ୍ଚ ମାଧ୍ୟମରେ ଏହି ଶତାବ୍ଦୀର ଶେଷ ସୁଦ୍ଧା ମାନବ ୧୫୦ ବର୍ଷ ବୟସ ପର୍ଯ୍ୟନ୍ତ ଜୀବିତ ରହିବ ।

ଡା. ଅର୍ନର୍ଷ୍ଟ ୱନ ଶ୍ୱାର୍ଜ ଜଣେ ହୃଦରୋଗ ବିଶେଷଜ୍ଞ । ସେ ସିକ୍ରେଟସ୍ ଅଫ୍ ଇମୋର୍ଟାଲିଟି ଏବଂ ଦି ସିକ୍ରେଟ୍ ୱାର୍ଲ୍ଡ ଅଫ୍ ଷ୍ଟେମ ସେଲ୍ ଥେରାପି ପରି ପୁସ୍ତକ ରଚନା କରିଛନ୍ତି । ସେ କହିଛନ୍ତି, ଆମେ ଜୀବନକୁ ଆହୁରି ଦୀର୍ଘ କରିପାରିବା । କିଛି ବର୍ଷ ଭିତରେ ଲୋକମାନେ ୧୨୦ରୁ ୧୫୦ ବର୍ଷ ମଧ୍ୟରେ ସହଜରେ ବଞ୍ଚିପାରିବେ ।

ଡା. ଅର୍ନର୍ଷ୍ଟ ୱନ ଶ୍ୱାର୍ଜ କହିଛନ୍ତି ଏହା କେବଳ ସ୍ୱାସ୍ଥ୍ୟକର ଖାଦ୍ୟପେୟ ଓ ନିୟମିତ ଭାବରେ ବ୍ୟାୟାମ କରିବା ଦ୍ୱାରା ସମ୍ଭବ । ସେ ଆହୁରି କହିଛନ୍ତି ୩୦ ବର୍ଷ ବୟସ ହେଉଛି ସେହି ସମୟ ଯେଉଁ ସମୟରେ ଲୋକମାନେ ଦୀର୍ଘ ଜୀବନ ଲାଗି ନିଜର ଜୀବନଶୈଳୀ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ।

ଶରୀରରେ ଷ୍ଟେମ ସେଲ୍ ବିକଶିତ ହେବା ଦ୍ୱାରା ଆମେ ଖୁବ୍ ସହଜରେ ଦୀର୍ଘ ଜୀବନ ଜୀଇଁ ପାରିବା ବୋଲି ସେ କହିଛନ୍ତି । ଆମେ ରୋଗରୁ ରକ୍ଷା ପାଇବା ପାଇଁ ମେଡିସିନ୍ ବ୍ୟବହାର କରିବା ଠିକ୍ । ଏହା ବ୍ୟତିତ ଆମେ ମୁଖ୍ୟ ରୂପରେ ଷ୍ଟେମ ସେଲ୍ ଥେରାପି ବ୍ୟବହାର କରି ନିଜକୁ ଫିଟ୍ ରଖିପାରିବା ।
୍ଣସେ କହିଛନ୍ତି, ଷ୍ଟେମ ସେଲ୍ ହିଁ ଆମର ଭବିଷ୍ୟ । ଏହା ଏଫଡିଏ ପ୍ରମାଣିତ ହୋଇ ନ ଥିଲେ ବି ଏହି ଚିକିତ୍ସା ଭବିଷ୍ୟତରେ ଆମର ବହୁ ରୋଗ ଠିକ୍ କରିବାରେ ସକ୍ଷମ ହେବା ସହ ଆମକୁ ଦୀର୍ଘାୟୁ କରିପାରିବ । ଏହା ସହିତ ବୟସ ବଢିବାର କିଛି ସ୍ୱଭାବିକ ଲକ୍ଷଣକୁ ମଧ୍ୟ ଏହା କମ୍ କରିପାରିବ ।

Get real time updates directly on you device, subscribe now.