fbpx

‘ଏ’ ଗ୍ରେଡ ମାନ୍ୟତା ମିଳିବା ଖୁସିରେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଉତ୍ସବ: ଛାତ୍ରଛାତ୍ରୀଙ୍କ ସହ ବାଜା ବଜାଇ ନାଚିଲେ କୁଳପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ ପକ୍ଷରୁ ‘ଏ’ ଗ୍ରେଡ୍ ମାନ୍ୟତା ମିଳିଛି । ଏହି ଅବସରରେ ଆଜି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ମିଠା ଖୁଆଇଥିଲେ । ସ୍ମୃତି ସ୍ୱରୂପ କୁଳପତି ପ୍ରଫେସର ତ୍ରିପାଠୀ ବୃକ୍ଷରୋପଣ କରିଥିଲେ । ପରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସହ ମିଶି କୁଳପତି ଉତ୍ସବ ମନାଇବା ସହ ବାଜା ବଜାଇ ନାଚିଥିଲେ ।

ଓଡ଼ିଶାର ତଥା ବାଲେଶ୍ୱରର ବହୁ ପୂରାତନ କଲେଜ ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ନାକ ପକ୍ଷରୁ ଗ୍ରେଡ ‘ଏ’ ମିଳିବା ନିଶ୍ଚିତ ଭାବେ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ୩.୧୮ ସିଜିପିଏ ସହ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ମଧ୍ୟରେ ସର୍ବଶ୍ରେଷ୍ଠ ହୋଇ ପାରିଛି ଫକୀର ମୋହନ ବିଶ୍ୱବିଦ୍ୟାଳୟ । ଭିତ୍ତିଭୂମି ଓ ଷ୍ଟୁଡେଣ୍ଟ ସପୋର୍ଟରେ ଏହି ବିଶ୍ୱବିଦ୍ୟାଳୟରେ ସର୍ବାଗ୍ରେ ରହିଛି ।

ଗତ ୧୨ ତାରିଖରେ ନାକ ପକ୍ଷରୁ ଏକ ଟିମ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ । ଏହା ପରେ ଚଳିତ ମାସ ୨୨ ତାରିଖରେ ବିଶ୍ୱବିଦ୍ୟାଳୟକୁ ଗ୍ରେଡ ‘ଏ’ ମାନ୍ୟତା ନେଇ ଘୋଷଣା କରାଯାଇଥିଲା । ସିଜିପିଏରେ ଫକୀରମୋହନ ରାଜ୍ୟର ଅନ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ପଛରେ ପକାଇ ଦେଇଛି । ଉତ୍କଳ ବିଶ୍ୱବିଦ୍ୟାଳୟକୁ ୩.୧୬ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ୩.୧ ସିଜିପିଏ ମିଳିଛି । ଗୁଣାତ୍ମକ ଶିକ୍ଷାଦାନ ପ୍ରଣାଳୀ ଓ ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ପରିବେଶରେ ଉନ୍ନତି ଆଣିପାରିଥିବାରୁ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ଏହି ସଫଳତା ମିଳିଛି ।

Get real time updates directly on you device, subscribe now.