ଓଡ଼ିଶା ଭାସ୍କର: ବୟସର ଅପରାହ୍ଣରେ ସଫଳତା ପାଇ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି କୁଲଦୀପ ଆନ୍ଥୋନି ଫର୍ଣ୍ଣାଣ୍ଡିଜ୍ । ସେ ଗତ ୨୧ ବର୍ଷ ହେବ ଅହମ୍ମଦାବାଦର ସିଇପିଟି ବିଶ୍ୱବିଦ୍ୟାଳୟ ଅଞ୍ଚଳରେ ଏକ ଜଳଖିଆ ଦୋକାନ ଚଳାଉଛନ୍ତି । ପ୍ରତିଦିନ ହଜାର ହଜାର ଛାତ୍ରଛାତ୍ରୀ ଖାଇବାକୁ ତାଙ୍କ ଦୋକାନକୁ ଆସନ୍ତି । ତାଙ୍କ ହାତର ସ୍ୱାଦ ତାଙ୍କ ବ୍ୟକ୍ତିତ୍ଵକୁ ବି ଲୋକମାନେ ପସନ୍ଦ କରନ୍ତି । ୬୭ ବର୍ଷିୟ କୁଲଦୀପ ପରଟା ଓ ତରକାରୀରୁ ତାଙ୍କ ଦୋକାନ ଆରମ୍ଭ କରିଥିଲେ । ଏହା ପଛରେ ଥିବା ସଙ୍ଘର୍ଷର କାହାଣୀ ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ । ୨୧ବର୍ଷ ପୂର୍ବେ କୁଲଦୀପ ଥଟ୍ଟା କରି ତାଙ୍କ ସ୍ୱାମୀଙ୍କୁ ଶୀଘ୍ର ଘରକୁ ଆସିବାକୁ କହିଥିଲେ। ସେହି ସମୟରେ ତାଙ୍କ ସ୍ୱାମୀ ମାର୍କେଟିଂରେ କାମ କରୁଥିଲେ ।
ତାଙ୍କ ସ୍ୱାମୀ ମଧ୍ୟ ଥଟ୍ଟା କରି କହିଥିଲେ ଯେ ଯେଉଁ ଦିନ ତୁମେ ୨୦୦୦ ଟଙ୍କା ରୋଜଗାର କରିବ, ସେଦିନ ମୁଁ ଶୀଘ୍ର ଘରକୁ ଆସିବି । ଯଦିଓ କୁଲଦୀପ ସେହି ସମୟରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ, କିନ୍ତୁ ମାସ ଶେଷରେ ତାଙ୍କୁ କେବଳ କିଛି ସ୍ଥିର ଟଙ୍କା ମିଳିଥିଲା । ତାଙ୍କ ସ୍ୱାମୀଙ୍କ କଥା ତାଙ୍କୁ ଏତେ କଷ୍ଟ ଦେଇଥିଲା ଯେ ସେହି ଦିନ କୁଲଦୀପ ନିଷ୍ପତ୍ତି ନେଇଥିଲେ ଯେ ବର୍ତ୍ତମାନ ସେ ଟଙ୍କା ରୋଜଗାର କରିବା ସହ ନିଜର ପରିଚୟ ମଧ୍ୟ ସୃଷ୍ଟି କରିବେ। କୁଲଦୀପଙ୍କୁ ଏପରି କିଛି କାମ କରିବାକୁ ଚାହୁଁଥିଲେ, ଯେଉଁଥିରେ ସେ ଘର ଚଳାଇବା ସହ କିଛି ରୋଜଗାର କରିପାରିବେ । ତା’ପରେ ସେ ନିଜେ କିଛି ରୋଷେଇ କରି ଏକ ଛୋଟ ଜଳଖିଆ ଦୋକାନ ଆରମ୍ଭ କଲେ । ସେ ସମୟରେ ତାଙ୍କର କୌଣସି ଧାରଣା ନଥିଲା ଯେ ‘ଆଣ୍ଟି ଢାବା’ ନାମରୁ ଆରମ୍ଭ ହୋଇଥିବା ଢାବା ଦିନେ ତାଙ୍କର ପରିଚୟ ହେବ । କୁଲଦୀପ ଗୁଜୁରାଟରେ ଦେଶୀ ପଞ୍ଜାବୀ ଖାଦ୍ୟ ତିଆରି କରୁଥିଲେ । ସେ୍ଥିଲାଗି ଖୁବଶୀଘ୍ର ତାଙ୍କର ଅନେକ ନିୟମିତ ଗ୍ରାହକ ହୋଇଥିଲେ। ସାହାଯ୍ୟ କରିବା ପାଇଁ ସେ ଜଣେ କର୍ମଚାରୀଙ୍କୁ ନିୟୋଜିତ କରିଥିଲେ ।
ସମୟ ସହ ତାଳ ଦେଇ ତାଙ୍କ ଠେଲା ଗାଡ଼ି ଏକ ଛୋଟ ଟେମ୍ପୋରେ ବଦଳିଗଲା ଏବଂ ଆଜି ସେ ଏକ ବଡ଼ ଟେମ୍ପୋରେ ନିଜର ଢାବା ଚଳାଉଛନ୍ତି । ପ୍ରତିଦିନ ୨୦୦ ରୁ ୨୫୦ ଲୋକ ଏଠାକୁ ଆସନ୍ତି । ଆଜି ସେ ଖୁସିରେ କହିଛନ୍ତି ଯେ ସ୍ୱାମୀଙ୍କ ଗୋଟିଏ ବାକ୍ୟ ମୋତେ ମୋର ପରିଚୟ ସୃଷ୍ଟି କରିବାକୁ ପ୍ରେରଣା ଦେଲା । ଆଜି ସେ କେବଳ ତାଙ୍କ ପରିବାର ପାଇଁ ନୁହେଁ ବରଂ ଆଖପାଖର ଅନେକ ମହିଳାଙ୍କ ପାଇଁ ମଧ୍ୟ ଏକ ଉଦାହରଣ ପାଲଟିଛନ୍ତି । ସେ କହିଛନ୍ତି ଯେ ଯଦି ଜୀବନରେ କେହି ଆପଣଙ୍କୁ ଚ୍ୟାଲେଞ୍ଜ କରନ୍ତି, ଏଥିରେ କ୍ରୋଧିତ ହେବା ପରିବର୍ତ୍ତେ, ଚ୍ୟାଲେଞ୍ଜକୁ ଗ୍ରହଣ କରନ୍ତୁ । ତାଙ୍କୁ ଧନ୍ୟବାଦ କୁହନ୍ତୁ, କାରଣ ବୋଧହୁଏ ତାଙ୍କ ଚ୍ୟାଲେଞ୍ଜ ଆପଣଙ୍କ ପାଇଁ ପ୍ରେରଣା ହୋଇଯିବ, ଯେପରି କୁଲଦୀପଙ୍କ ସହିତ ଘଟିଥିଲା ।