fbpx
BJD SKY
BJD SKY

ବିଶ୍ୱକପ୍ ୨୦୨୩ ରେ କିଏ ହେବ ‘ମ୍ୟାନ୍ ଅଫ୍ ଦି ଟୁର୍ନାମେଣ୍ଟ’, ଗୁଗୁଲ୍ AI କହିଲା ୫ ଟି ଆଶ୍ଚର୍ଯ୍ୟଜନକ ନାମ

BJD

ନୂଆଦିଲ୍ଲୀ: ଅକ୍ଟୋବର ୫ ରୁ ବିଶ୍ୱକପ୍ ୨୦୨୩ ଆରମ୍ଭ ହେବାକୁ ଯାଉଛି ଏବଂ ସମସ୍ତ ଦେଶ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ନିକଟରେ ଆଇସିସି ବିଶ୍ୱକପ ୨୦୨୩ ର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି । ଆଇସିସି ବିଶ୍ୱକପ୍ ୨୦୨୩ ଟ୍ରଫି ଜିତୁଥିବା ଦଳକୁ ୪ ମିଲିୟନ୍ ଆମେରିକୀୟ ଡଲାର୍ ଅର୍ଥାତ୍ ପ୍ରାୟ ୩୩ କୋଟି ଟଙ୍କା ଦେବାକୁ ଯାଉଛି ।

ରନର୍ ଅପ୍ ଦଳକୁ ୨ ମିଲିୟନ୍ ଆମେରିକୀୟ ଡଲାର୍ ଅର୍ଥାତ୍ ପ୍ରାୟ ୧୭ କୋଟି ଟଙ୍କା ଦେବାକୁ ଯାଉଛି ଆଇସିସି । ନିକଟରେ ଯେତେବେଳେ ଆମେ ବିଶ୍ୱକପ୍ ୨୦୨୩ ରେ ‘ମ୍ୟାନ୍ ଅଫ୍ ଟୁର୍ନାମେଣ୍ଟ’ ପାଇଁ ସବୁଠାରୁ ବଡ ପ୍ରତିଯୋଗୀ ବିଷୟରେ ଗୁଗୁଲ୍ ଏଆଇକୁ ପଚାରିଥିଲୁ, ଗୁଗୁଲ୍ ଏଆଇ ୫ ଖେଳାଳିଙ୍କ ନାମ ଦେଇଥିଲା । ଆସନ୍ତୁ ଜାଣିବା ସେହି ଖେଳାଳିଙ୍କ ନାମ…

ବିରାଟ କୋହଲି :-

ଭାରତୀୟ ଦଳର ସାନଦାର୍ ଖେଳାଳି ବିରାଟ କୋହଲି ଆରମ୍ଭରୁ ବଡ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିଆସୁଛନ୍ତି ଏବଂ ସେଥିପାଇଁ ଗୁଗୁଲ ଏଆଇ ବିରାଟ କୋହଲିଙ୍କୁ ବିଶ୍ୱକପ ୨୦୨୩ରେ ‘ମ୍ୟାନ୍ ଅଫ୍ ଟୁର୍ନାମେଣ୍ଟ’ ହେବାକୁ ସବୁଠାରୁ ବଡ ପ୍ରତିଯୋଗୀ ଭାବରେ ଘୋଷଣା କରିଛି । ବର୍ତ୍ତମାନ କେବଳ ସମୟ କହିବ ବିରାଟ କୋହଲି ବିଶ୍ୱକପ ୨୦୨୩ ରେ ‘ମ୍ୟାନ୍ ଅଫ୍ ଟୁର୍ନାମେଣ୍ଟ’ ହେବେ କି ନାହିଁ ।

ଜୋସ୍ ବଟଲର୍ :-

ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ମଧ୍ୟ ଗୁଗୁଲ୍ ଏଆଇ ଦ୍ୱାରା ବିଶ୍ୱକପ୍ ୨୦୨୩ ରେ ‘ମ୍ୟାନ୍ ଅଫ୍ ଦି ଟୁର୍ନାମେଣ୍ଟ’ ଦୌଡ଼ ତାଲିକାରେ ସାମିଲ ହୋଇଛନ୍ତି । ଜୋସ୍ ବଟଲର ଜଣେ ସାରନଦାର ଖେଳାଳି ଏବଂ ବିରାଟ କୋହଲିଙ୍କ ପରି ସେ ମଧ୍ୟ ବିଶ୍ୱକପ ୨୦୨୩ ରେ ‘ମ୍ୟାନ୍ ଅଫ୍ ଦି ଟୁର୍ନାମେଣ୍ଟ’ ହେବାର କ୍ଷମତା ରଖିଛନ୍ତି ।

ମାର୍ନସ୍ ଲାବୁସାଗ୍ନେ :-

ଏହି ତାଲିକାରେ ଅଷ୍ଟ୍ରେଲିଆର କ୍ଷତରନାକ ଖେଳାଳି ମାର୍ନୁସ ଲାବୁସାଗ୍ନେଙ୍କ ନାମ ମଧ୍ୟ ସାମିଲ ହୋଇଛି । ଆଇସିସି ବିଶ୍ୱକପ ୨୦୨୩ ରେ ‘ମ୍ୟାନ୍ ଅଫ୍ ଦି ଟୁର୍ନାମେଣ୍ଟ’ ହେବା ଦୌଡ଼ରେ ଗୁଗୁଲ୍ ଏଆଇ ମାର୍ନୁସ୍ ଲାବୁସାଗ୍ନେଙ୍କୁ ମଧ୍ୟ ସାମିଲ କରିଛି ।

ବାବର ଆଜାମ :-

ଏହି ତାଲିକାରେ ପଡୋଶୀ ଦେଶ ପାକିସ୍ତାନର ଖେଳାଳି ବାବର ଆଜାମଙ୍କ ନାମ ମଧ୍ୟ ଚତୁର୍ଥ ସ୍ଥାନରେ ରହିଛି । ଆଇସିସି ର଼୍ୟାଙ୍କିଙ୍ଗ୍ ଅନୁଯାୟୀ ବାବର ଆଜାମ ବର୍ତ୍ତମାନ ଦୁନିଆର ଏକ ନମ୍ବର ଖେଳାଳି । ଏଭଳି ପରିସ୍ଥିତିରେ ସେ ଆଇସିସି ବିଶ୍ୱକପ ୨୦୨୩ ରେ ‘ମ୍ୟାନ୍ ଅଫ୍ ଦି ଟୁର୍ନାମେଣ୍ଟ’ ହେବାର କ୍ଷମତା ମଧ୍ୟ ରଖିଛନ୍ତି ଏବଂ ଏହି କାରଣରୁ ଗୁଗୁଲ୍ ଏଆଇ ମଧ୍ୟ ତାଙ୍କୁ ଏହି ତାଲିକାରେ ସାମିଲ କରିଛି ।

ରସିଦ ଖାନ :-

ଏହି ତାଲିକାର ଶେଷ ନମ୍ବରରେ ରସିଦ ଖାନଙ୍କ ନାମ ସାମିଲ ହୋଇଛି । ଏହି ଆଫଗାନିସ୍ତାନ ଖେଳାଳିଙ୍କ ବିଶ୍ୱକପ ୨୦୨୩ ରେ ‘ମ୍ୟାନ୍ ଅଫ୍ ଦି ଟୁର୍ନାମେଣ୍ଟ’ ହେବାର ମଧ୍ୟ ସମ୍ଭାବନା ରହିଛି ଏବଂ ସେଥିପାଇଁ ଗୁଗୁଲ ଏଆଇ ମଧ୍ୟ ତାଙ୍କ ନାମକୁ ଏହି ତାଲିକାରେ ସାମିଲ କରିଛି ।

Get real time updates directly on you device, subscribe now.