fbpx

ରଣକ୍ଷେତ୍ର ପାଲଟିଲା ତାଇୱାନ ସଂସଦ, ବିଧା ଗୋଇଠା ମରାମରି ହେଲେ ସାଂସଦ, ଭାଇରାଲ୍ ହେବାରେ ଲାଗିଛି ଭିଡିଓ

AAKASH

ନୂଆଦିଲ୍ଲୀ: ପ୍ରାୟ ଦେଶର ସଂସଦରେ ବିଭିନ୍ନ ସମୟରେ ହଙ୍ଗାମାର ଚିତ୍ର ଆମେ ଦେଖିବାକୁ ପାଇଥାଉ । କିନ୍ତୁ ଏପରି ମାରପିଟ୍‌ର ଚିତ୍ର ବୋଧହୁଏ ଆପଣ ପୂର୍ବରୁ କେବେ ଦେଖି ନ ଥିବେ ଯାହା ଏବେ ତାଇୱାନ ସଂସଦରେ ଘଟିଛି । ଶୁକ୍ରବାର ତାଇୱାନ ସଂସଦ ଗୃହରେ ଏପରି ଘଟଣା ନଜର ଆସିଛି ଯାହା ଦେଖିଲେ ଆପଣ ନିଶ୍ଚୟ ବିସ୍ମୟ ହେବେ । ଏହି ଅରାଜକତା ସେତେବେଳେ ଦେଖାଦେଇଥିଲା ଯେତେବେଳେ ଏକ ଆଇନରେ ପରିବର୍ତ୍ତନକୁ ନେଇ ଯୁକ୍ତି ତର୍କ ଚାଲିଥିଲା । ଏହି ସମୟରେ ଏପରି ହୋଇଥିଲା କି ସଂସଦର ସଦସ୍ୟମାନେ ପରସ୍ପରକୁ ବିଧା ଗୋଇଠା ମାରିବାକୁ ପଛାଇ ନ ଥିଲେ । ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି ।

ଭାଇରାଲ୍ ଭିଡିଓରେ ସାଂସଦଙ୍କୁ ଫାଇଲ୍ ଛଡାଇବାର ଓ ସଂସଦ ବାହାରେ ଦୌଡୁଥିବାର ଦେଖିବାକୁ ମିଳୁଛି । ଅନ୍ୟ ଏକ ଭିଡିଓରେ କିଛି ସାଂସଦ ବାଚସ୍ପତିଙ୍କ ସିଟ୍‌କୁ ଘେରି ଯାଇଥିବାର ଦେଖିବାକୁ ମିଳୁଛି । କିଛି ସାଂସଦ ଟେବୁଲ୍ ଉପରେ ଡେଉଁଥିବାର ଓ ଆଉ କିଛି ସହଯୋଗୀଙ୍କୁ ଚଟାଣରେ ଘୋଷାଡୁଥିବାର ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.