fbpx

ଏମିତି ଫୁଲ, ୧୨ ବର୍ଷରେ ଥରେ ଫୁଟିଥାଏ: ଜାଣନ୍ତୁ ରହସ୍ୟ ଏବଂ କେଉଁଠି ମିଳେ ଦୁର୍ଲଭ ଫୁଲ

ନୂଆଦିଲ୍ଲୀ: ଦୁନିଆରେ କିଛି ଏମିତି ରହସ୍ୟ ଲୁଚି ରହିଛି ଯାହାକୁ ଆମେ ସମସ୍ତେ ଜାଣି ନାହାନ୍ତି । ପର ମୁହୂର୍ତରେ ଏଭଳି କିଛି କଥା ଆମ କାନରେ ପଡ଼ିଲେ ଆମେ ଆଶ୍ଚର୍ଯ୍ୟ ହୋଇଥାଉ । ଦୁନିଆରେ ଏଭଳି ଏକ ଫୁଲ ଅଛି ଯାହା ପ୍ରତି ବର୍ଷ ନୁହେଁ ପ୍ରତି ୧୨ ବର୍ଷରେ ଥରେ ଫୁଟିଥାଏ । ଭାରତର କୋଣେ କୋଣେ ପ୍ରକୃତି କୋଳରେ ଏମିତି ବିସ୍ମୟ ଖଞ୍ଜି ହୋଇ ରହିଛି ଯାହା ଦେଖେଣାହାରୀଙ୍କ ମନ ମୋହିଥାଏ । ସହର, ଗାଁ, ପାହାଡ, ଗୁମ୍ପା ସବୁଠି କିଛି ନା କିଛି ପ୍ରକୃତିର ବିସ୍ମୟ ଲୁଚି ରହିଛି । ଏଭଳି କିଛି ବିସ୍ମୟକର ଘଟଣା କେରଳରେ ଦେଖିବାକୁ ମିଳେ ।

କେରଳରେ ୧୨ ବର୍ଷରେ ଥରେ ଏମିତି ଏକ ଫୁଲ ଫୁଟିଥାଏ ଯାହାକୁ ଦେଖିବାକୁ ଦେଶ ବିଦେଶରୁ ପର୍ଯ୍ୟଟକ ଆସିଥାଆନ୍ତି । କେରଳ ଏହାର ପ୍ରାକୃତିକ ଶୋଭାରାଜି ପାଇଁ ସମସ୍ତଙ୍କୁ ଆକର୍ଷିତ କରୁଥିବା ବେଳେ ଏହି ଫୁଲ ମଧ୍ୟ ଅନ୍ୟତମ ଆକର୍ଷଣ । କେରଳର ମୁନ୍ନାର ଯାହା ସମୁଦ୍ର ପତ୍ତନଠାରୁ ୧୬୦୦ ମିଟର ଉପରେ ଅବସ୍ଥିତ ଯାହା ବିଭିନ୍ନ ପ୍ରକାର ମସଲା ଚାଷ ପାଇଁ ମଧ୍ୟ ବେଶ୍ ଜଣାଶୁଣା । ଏହା ସେହି ସ୍ଥାନ ଯେଉଁଠି ଭାରତର ସବୁଠାରୁ ବଡ ରହସ୍ୟ ଲୁଚି ରହିଛି । ତାହା ହେଉଛି ନିଲକୁରିଂଜି । ଏହି ନିଲ କୁରିଂଜି ବିଶ୍ୱର ସବୁଠାରୁ ଦୁର୍ଲଭ ଫୁଲ ମଧ୍ୟରେ ଅନ୍ୟତମ ବୋଲି କୁହାଯାଏ । ଏହା ୧୨ ବର୍ଷରେ ଥରେ ଫୁଟିଥାଏ । ଶେଷଥର ଏହା ୨୦୧୮ରେ ଫୁଟିଥିଲା ।

କେରଳବାସୀ ଏହାକୁ କୁରିଂଜି ବୋଲି ମଧ୍ୟ କୁହନ୍ତି । ଏହା ଷ୍ଟ୍ରୋବିଲେନ୍ଥସର ଏକ ପ୍ରଜାତି । ଏହାର ପାଖାପାଖି ୩୫୦ ପ୍ରଜାତି ଭାରତରେ ଦେଖାଯାଇଥାଏ । ଷ୍ଟ୍ରୋବିଲେନ୍ଥସର ପ୍ରଜାତିର ବିଶେଷତ୍ୱ ହେଉଛି ଏଥିମଧ୍ୟରୁ କିଛି ଫୁଲ ୪ବର୍ଷରେ ଫୁଟିଥାଏ ତ ଆଉ କିଛି ୮,୧୦, ୧୨ ଅବା ୧୬ ବର୍ଷରେ ଥରେ ଫୁଟିଥାଏ । ହେଲେ ଏହା କେତେବେଳେ ଫୁଟି ମଉଳି ଯାଇଥାଏ ତାହା କାହାକୁ ଜଣା ନ ଥାଏ । କାରଣ ଏହା ସାଧାରଣତଃ ରାସ୍ତା କଡରେ ଫୁଟିଥାଏ । ତେଣୁ ସଡ଼କ କାମ ହେବା ସମୟରେ ଏହି ଫୁଲର ଗୋଟିଏ ଗୋଟିଏ ପ୍ରଜାତି ମଧ୍ୟ ନଷ୍ଟ ହୋଇଯାଇଥିବା କୁହାଯାଏ । ଏବେ କେରଳରେ ଏହାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ କରାଯାଉଛି ।

Get real time updates directly on you device, subscribe now.