fbpx

ପିତୃପକ୍ଷରେ ଏହି ମାନଙ୍କୁ ଖାଇବାକୁ ଦେବା ହୋଇଥାଏ ଅତ୍ୟନ୍ତ ଶୁଭ : ଏହା କଲେ ମିଳିବ ଆଶୀର୍ବାଦ

ହିନ୍ଦୁ ଧର୍ମ ଅନୁସାରେ, ପିଣ୍ଡଦାନ ସମୟରେ ଆମେ ଆମର ପୂର୍ବପୁରୁଷମାନଙ୍କୁ ସ୍ମରଣ କରି, ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାଉ । ଏହା ଭଦ୍ରାପଡା ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ଆଶ୍ୱିନ ଅମାବାସ୍ୟା ପର୍ଯ୍ୟନ୍ତ ଚାଲିଥାଏ । ଚଳିତ ବର୍ଷ ପିତ୍ରପକ୍ଷ ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୧୪ରେ ଶେଷ ହେବ । ଏହି ସମୟରେ ପୂର୍ବପୁରୁଷଙ୍କୁ ପୂଜା କରିବା ଶ୍ରାଦ୍ଧ ଏବଂ ପିଣ୍ଡ ଦାନ କରିବାର ବିଶେଷ ନିୟମ ରହିଛି । ଯେଉଁଥିରେ ସେମାନଙ୍କୁ ଜଳ, ତେଲ ଏବଂ ଦୁବ ଘାସ ସହ ପୂର୍ବପୁରୁଷଙ୍କ ଶ୍ରଦ୍ଧାଞ୍ଜଳି ଦିଆଯାଏ । ଏହି ସମୟରେ ଲୋକେ ବିଶେଷ କରି ବ୍ରାହ୍ମଣଙ୍କୁ ଭୋଜନ କରାଇ ଦାନ ଦେଇଥାନ୍ତି । ମାନ୍ୟତା ଅନୁଯାୟୀ, ବିଧି ଅନୁସାରେ ପିତୃପକ୍ଷ ମାନିବା ଦ୍ୱାରା ସେମାନଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ପିତୃପକ୍ଷରେ କୁହାଯାଇଛି, କିଛି ବିଶେଷ ଜୀବ-ଜନ୍ତୁକୁ ଖାଇବାକୁ ଦେବା ମଧ୍ୟ ଶୁଭ ମନେ କରାଯାଏ ।

କାଉ : ପିତୃପକ୍ଷ ସମୟରେ କାଉମାନଙ୍କୁ ଖାଇବାକୁ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ | ଶାସ୍ତ୍ରରେ କୁହାଯାଇଛି ଯେ, ଯେତେବେଳେ ଆମେ କାଉକୁ ଖାଦ୍ୟ ଦେଇଥାଉ, ଖାଦ୍ୟ ପୂର୍ବପୁରୁଷଙ୍କ ନିକଟରେ ପହଞ୍ଚେ | ଯଦି କାଉ ଖାଦ୍ୟ ଗ୍ରହଣ କରେ, ତେବେ ଏହା ପିତୃପୁରୁଷଙ୍କ ସନ୍ତୁଷ୍ଟିର ସଙ୍କେତ ବୋଲି ମନେ କରାଯାଏ |

ଗାଈ : ହିନ୍ଦୁ ଧର୍ମରେ ଗାଈକୁ ପବିତ୍ର ବୋଲି କୁହାଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପିତୃପକ୍ଷ ସମୟରେ ଗାଈକୁ ଖାଇବାକୁ ଦେଇ ପିତୃପୁରୁଷମାନେ ଖୁସି ହୁଅନ୍ତି ଏବଂ ଘରେ ସମୃଦ୍ଧତା ଏବଂ ଶାନ୍ତିର ବାତାବରଣ ସୃଷ୍ଟି ହୁଏ ।

କୁକୁର: ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ଏହି ସମୟରେ କୁକୁରମାନଙ୍କୁ ଖାଦ୍ୟ ଦେବା ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି । ଶାସ୍ତ୍ର ଅନୁସାରେ, ଏହା ବିଶ୍ୱାସ କରାଯାଏ ଯେ, ଏହା ପୂର୍ବପୁରୁଷମାନଙ୍କୁ ସନ୍ତୁଷ୍ଟ କରେ ଏବଂ ଏପରି କରିବା ଦ୍ୱାରା ସେମାନଙ୍କ ଆଶୀର୍ବାଦ ମିଳିଥାଏ |

ପିମ୍ପୁଡ଼ି : ଧର୍ମ ଅନୁଯାୟୀ, ଏହି ସମୟରେ ପିମ୍ପୁଡ଼ିକୁ ଖାଇବାକୁ ହେବାର ମଧ୍ୟ ବିଶେଷ ମହତ୍ୱ ରହିଛି। ପିମ୍ପୁଡ଼ିମାନଙ୍କୁ ଖାଇବାକୁ ଦେଲେ ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ |

Get real time updates directly on you device, subscribe now.