fbpx

“ମତେ ଛୁଇଁଲେ ହାତ କାଟି ଦେବି”, ପୋଲିସକୁ ଧମକ ଦେଲେ ମହିଳା

ମୁମ୍ବାଇ : ସୋସିଆଲ ମିଡିଆରେ ଏବେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ମହିଳା ଜଣଙ୍କ ଟ୍ରାଫିକ ପୋଲିସକୁ ଧମକ ଦେଉଛନ୍ତି । ଏହି ମହିଳା ଜଣଙ୍କ ଟ୍ରାଫିକ ପୋଲିସକୁ ଖରାପ ବ୍ୟବହାର କରୁଛନ୍ତି । ମୁମ୍ବାଇର ବାନ୍ଦ୍ରା-ବର୍ଲି ସି ଲିଙ୍କରେ ପୋଲିସ ତାଙ୍କୁ ଅଟକାଇ ଥିଲା । କାରଣ ମହିଳା ଜଣଙ୍କ ବିନା ହେଲମେଣ୍ଟରେ ଗାଡି ଚଲାଉଥିଲେ । ଯେତେବେଳେ ତାଙ୍କୁ ଟ୍ରାଫିକ ପୋଲିସ ଲାଇସେନ୍ସ ମାଗିଥିଲା ସେତେବେଳେ ମହିଳା ଜଣଙ୍କ ପୋଲିସକୁ ଗାଳି ଦେବା ଆରମ୍ଭ କରିଥିଲେ ।

ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଏହି ଭିଡିଓରେ ଆପଣ ଦେଖିବେ ମହିଳା ଜଣଙ୍କ ବାଇକରେ ବସିଛନ୍ତି ଏବଂ ପୋଲିସ ତାଙ୍କୁ ଅଟକାଇଛି । ପୋଲିସ ଯେତେବେଳେ ତାଙ୍କୁ ବାଇକ ଷ୍ଟାଟ ବନ୍ଦ କରିବାକୁ କହିଲେ, ସେତେବେ ମହିଳା ଜଣଙ୍କ କହିଲେ “ମୁଁ ତୁମ ଚାକର ନୁହେଁ, ମୁଁ ଟ୍ୟାକ୍ସ ଦେଉଛି । ନରେନ୍ଦ୍ର ମୋଦୀଙ୍କ ଫୋନ ଆସିଲା ପରେ ମୁଁ ଗାଡି ବନ୍ଦ କରିବି ।”ଏହା ପରେ ଜଣେ ପୋଲିସ କର୍ମଚାରୀ ଯେତେବେଳେ ଗାଡି ବନ୍ଦ କରିବାକୁ ଚେଷ୍ଟା କଲେ ସେତେବଳେ ସେ କହିଲେ ମତେ ଛୁଇଁଲେ ମୁଁ ହାତ କାଟିଦେବି । ଏହି ଭିଡିଓ ଟି ହେଉଛି ୧୫ ସେପ୍ଟେମ୍ବରର, ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ମହିଳାଙ୍କୁ ଯେତେବେଳେ ପୋଲିସ କର୍ମୀ ଧରିଥିଲେ ସେତେବଳେ ମହିଳା ପୋଲିସ କର୍ମୀଙ୍କୁ ଗାଳି କରିଥିଲେ । ତେବେ ମହିଳାଙ୍କର ମାନସିକ ସ୍ଥିତି ଖରାପ, ତେଣୁ ସେ ଏହି ପରି ବ୍ୟବହାର ପୋଲିସକୁ କରିଛନ୍ତି ।

Get real time updates directly on you device, subscribe now.