fbpx

ଏବେ ଆଉ ଉଡାଇ ପାରିବେନି ଧୂଆଁ, ଏହି ରାଜ୍ୟରେ ହୁକ୍କା ବ୍ୟାନ କଲେ ସରକାର

ହରିଆଣା : ଲୋକମାନେ ବାର ଏବଂ ରେଷ୍ଟୁରାଣ୍ଟରେ ବସି ହୁକ୍କା ଧୂଆଁ ଉଡାଇ ପାରିବେ ନାହିଁ ଲୋକ । ରହିଆଣା ସରକାର ଏହା ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ହରିଆଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ରାଜ୍ୟରେ ଥିବା ହେଟେଲ, ରେଷ୍ଟୁରାଣ୍ଟ, ବାର ଏବଂ ବାଣିଜିକ ପ୍ରତିଷ୍ଠାନରେ ହୁକ୍କା ବ୍ୟବହାର ନ କରିବାକୁ ଘୋଷଣା କରିଛନ୍ତି । ହରିଆଣାର ବିଧାନସଭା ଅଧ୍ୟକ୍ଷ ଜ୍ଞାନଚନ୍ଦ୍ର ଗୁପ୍ତା କିଛି ସମୟ ପୂର୍ବରୁ ରାଜ୍ୟରେ ଥିବା ହେଟେଲ, ରେଷ୍ଟୁରାଣ୍ଟ, ବାର ଏବଂ ନାଇଟ କ୍ଲବରେ ହୁକ୍କା ବ୍ୟବହାର କରିବାକୁ ମନା କରିଥିଲେ ।

ଏହା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଏଥିପାଇଁ ଚିଠି ଲେଖିଥିଲେ । ବିଧାନସଭା ଅଧ୍ୟକ୍ଷ ରାଜ୍ୟରେ ଯୁବକଙ୍କ ଚିନ୍ତା କରି କହିଥିଲେ ଯୁବକ ମାନେ ନିଶା କରିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେଉଛି । ଯାହାଫଳରେ ସେମାନଙ୍କ ଭବିଷ୍ୟ ଅନ୍ଧାର ଆଡକୁ ଚାଲି ଯାଉଛି । ଏଥି ପାଇଁ ସେ ରାଜ୍ୟରେ ହୁକ୍କା ବନ୍ଦ କରିବା ପାଇଁ ସରକାରଙ୍କୁ ଆବେଦନ କରିଥିଲେ । ହରିଆଣାର ମୁଖ୍ୟମନ୍ତ୍ରୀ ନିଶାମୁକ୍ତି ଅଭିଯାନ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସାଇକ୍ଲୋଥନରେ ଭାଗ ନେଇ ହୁକ୍କା ବାର ଉପରେ ପ୍ରତିବନ୍ଧକ ଘୋଷଣା କରିଥିଲେ । ଏହା ପରେ ସାଇକ୍ଲୋଥନରେ ଭାଗ ନେଇଥିବା ଯୁବକମାନଙ୍କୁ ମଧ୍ୟ ନିଶା ଠାରୁ ଦୂରେଇ ରହିବା ପାଇଁ କହିଥିଲେ । ତେବେ ଏହା ଦ୍ୱାରା ସହରରେ ଥିବା ବାର ଏବଂ ରେଷ୍ଟୁରାଣ୍ଟରେ ହୁକ୍କା ବନ୍ଦ ହେବ କିନ୍ତୁ ଗ୍ରାମାଞ୍ଚଳରେ ବ୍ୟବହାର ହେଉଥିବା ପାରମ୍ପାରିକ ହୁକ୍କା ଉପରେ ଏହି ପ୍ରତିବନ୍ଧକ ଲାଗୁ ହେବ ନାହିଁ ।

Get real time updates directly on you device, subscribe now.