fbpx

Fansଙ୍କୁ ପ୍ରତି ରବିବାର ମିଳେ Big B ଙ୍କ ଝଲକ, ୪୧ ବର୍ଷ ହେବ ଚାଲି ଆସୁଛି ଏହି ପରମ୍ପରା

ମୁମ୍ବାଇ : ବଲିଉଡ ଇଣ୍ଡଷ୍ଟ୍ରିର ମେଗା ଷ୍ଟାର ସେହେନସା ଏହି ଦୁଇ ନାମରେ ପ୍ରସିଦ୍ଧି ଲାଭ କରିଥିବା ଅଭିତାଭ ବଚ୍ଚନ ନିଜ ଆକ୍ଟିଙ୍ଗ ଦ୍ୱାରା ଲୋକମାନଙ୍କ ହୃଦୟରେ ଏକ ଖାସ ସ୍ଥାନ ସୃଷ୍ଟି କରିଛନ୍ତି । ଅମିତାଭ ବଚ୍ଚନ ଫିଲ୍ମ ଇଣ୍ଡଷ୍ଟ୍ରିରେ ୫୦ ବର୍ଷରୁ ଅଧିକ କାମ କରିଛନ୍ତି । ଏବେ ମଧ୍ୟ କାମ କରୁଛନ୍ତି । ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ସୁପରହିଟ ଫିଲ୍ମ ଦେଇଛନ୍ତି । ଏହି ବୟସରେ ମଧ୍ୟ ସେ କାମ କରୁଛନ୍ତି । ଫ୍ୟାନମାନେ ସବୁବେଳେ ଅପେକ୍ଷାରେ ଥାନ୍ତି ତାଙ୍କର ଏକ ଝଲକ ପାଇବାକୁ ସେଥିପାଇଁ ସେ ସବୁ ରବିବାର ଫ୍ୟାନ ମାନଙ୍କୁ ଦେଖା କରନ୍ତି ।

ଅମିତାଭ ବଚ୍ଚନ ଫ୍ୟାନ ମାନଙ୍କୁ ଦେଖା କରିବାକୁ ପ୍ରତି ରବିବାର ନିଜ ଘର ବାହାରକୁ ଆସନ୍ତି । ତେବେ ଦେଖିବାକୁ ଗଲେ ଫ୍ୟାନ ଏବଂ ବିଗ ବିଙ୍କର ଏହି ଦେଖା ସାକ୍ଷାତକୁ ୪୧ ବର୍ଷ ପୂରଣ ହୋଇଯାଇଛି । ଏହି ଅବସରରେ ବିଗ ବି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଫ୍ୟାନ୍ସ ମାନେ ଜଲସା ବାହାରେ ଠିଆ ହୋଇ ବିଗ ବି ଙ୍କ ଅପେକ୍ଷା କରିଛନ୍ତି । ଏହା ପରେ ସୁପରଷ୍ଟାର ବାହାରକୁ ଆସି ଫ୍ୟାନ୍ସ ମାନଙ୍କର ଅଭିବାଦନ ଗ୍ରହଣ କରୁଛନ୍ତି । ଏହି ଭିଡିଓ ପୋଷ୍ଟ କରି ବିଗ ବି ଲେଖିଛନ୍ତି ଏହି ପରମ୍ପରା ୪୧ ବର୍ଷ ହେବ ଚାଲି ଆସୁଛି । ବିଗ ବି ଲେଖିଛନ୍ତି “ଏହି ରବିବାର ୪୧ ବର୍ଷ ପୂରଣ ହୋଇଛି । ଏହାକୁ ପ୍ରକାଶ କରିବାକୁ ମୋପାଖରେ ଶବ୍ଧ ନାହିଁ ।” ଯେତେବେଳେ ଏହି ଭିଡିଓ ସେୟାର କଲେ ଏହା ପରେ ଫ୍ୟାନମାନଙ୍କ କମେଣ୍ଟ ଆସିବା ମଧ୍ୟ ଆରମ୍ଭ ହୋଇଯାଇଥିଲା । ତେବେ ସୂଚନା ଅନୁସାରେ ଅମିତାଭ ବଚ୍ଚନ ରବିବାର ଦିନ ତାଙ୍କ ଘର ବାହାରକୁ ଆସି ପ୍ରସଂଶକମାନଙ୍କୁ ଦେଖା କରନ୍ତି ।

ଏହି ପରମ୍ପରା ୧୯୮୨ରୁ ଚାଲୁଛି । ଏଥି ପାଇଁ ଅନେକ ଫ୍ୟାନ ବହୁ ଦୂରରୁ ଯାତ୍ରା କରି ବିଗବିଙ୍କ ଏକ ଝଲକ ପାଇବାକୁ ଆସୁଛନ୍ତି । ଅମିତାଭ ବଚ୍ଚନ ନାଗ ଅଶ୍ୱୀନିଙ୍କ ଆଗାମୀ ଫିଲ୍ମ ପ୍ରୋଜେକଟରେ ଦେଖିବାକୁ ମିଳିବେ । ଏହି ଫିଲ୍ମରେ ଦୀପିକା ପାଦୁକୋନ ଏବଂ ପ୍ରଭାସ ଲିଡ ରୋଲରେ ନଜରକୁ ଆସିବେ । ଏହା ଛଡ ଅମିତାଭଙ୍କ ପାଖରେ “ସେକସନ ୮୪” ମଧ୍ୟ ଅଛି । ଏହା ଛଡା ଅମିତାଭ ବଚ୍ଚନ ଟାଇଗର ସଫ ଏବଂ କୃତି ସାନନଙ୍କ ଆକ୍ସନ ଫିଲ୍ମ “ଗଣପଥ“ରେ ମଧ୍ୟ ମୁଖ୍ୟ ଭୂମିକାରେ ନଜରକୁ ଆସିବେ । ଏହି ଫିଲ୍ମ ଚଳିତ ବର୍ଷ ଅକ୍ଟୋବରରେ ରିଲିଜ ହେବ ।

Get real time updates directly on you device, subscribe now.