fbpx

Video: ଭାରତୀୟ ବାୟୁସେନାକୁ ଶକ୍ତ କରିବ C-295 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ, ବିମାନର ଦାମ ୨୧,୯୩୮ କୋଟି

ନୂଆଦିଲ୍ଲୀ : ୟୁରୋପୀୟ କମ୍ପାନୀ ଏୟାରବସ ଡିଫେନ୍ସ ଆଣ୍ଡ ସ୍ପେସରୁ ଭାରତକୁ ପ୍ରଥମ ସି-୨୯୫ ଟାକ୍ଟିକାଲ ମିଲିଟାରୀ ଏୟାର ଲିଫ୍ଟ ବିମାନ ମିଳିଛି । ଭାରତର ବାୟୁସେନା ମୁଖ୍ୟ ମାର୍ଶାଲ ଭି.ଆର ଚୌଧୁରୀ ସିଭିଲେ ସହରରେ ଏହାକୁ ଗ୍ରହଣ କରି ଗାଜିଆବାଦର ଭଦୋଦରା ଏୟାରବେସର ବାୟୁସେନାକୁ ଏହି ଏୟାରକ୍ରାଫ୍ଟ ହସ୍ତାନ୍ତର କରିଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବର ୧୩ରେ ଫ୍ରାନ୍ସ ଠାରୁ ପ୍ରଥମ C-295 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ ଯେ, ୨୦୨୬ ସୁଦ୍ଧା ପ୍ରାୟ ୫୬ଟି ଏୟାରକ୍ରାଫ୍ଟ ବାୟୁସେନାରେ ସାମିଲ ହେବ ବୋଲି ସୂଚନା ମିଳିଛି । ସେଥିରୁ ୪୦ଟି ଭାରତରେ ନିର୍ମାଣ କରାଯିବ । ଏହି ୪୦ଟି ବିମାନକୁ ଗୁଜୁରାଟ ଉଦୋଦରାରେ ଟାଟା ଏବଂ ଏୟାରବସ କମ୍ପାନୀ ମିଳିତ ଭାବରେ ନିର୍ମାଣ କରିବେ । ୧୬ଟି ବିମାନ ଏୟାରବସ୍‌ ସ୍ପେସ ଆଣ୍ଡ ଡିଫେନ୍ସ କମ୍ପାନୀ ନିର୍ମାଣ କରିବା ବେଳେ, ୨୦୨୪ ସୁଦ୍ଧା ଭାରତରେ ଆଉ ୪୦ଟି ବିମାନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୬ ସୁଦ୍ଧା ଶେଷ ହେବ ବୋଲି କୁହାଯାଇଛି । ଏହା ଭାରତ ପାଇଁ ଏକ ବଡ଼ ଉପଲବ୍ଧି ବୋଲି ବାୟୁସେନାର ମୁଖ୍ୟ କହିଛନ୍ତି ।

 

ପ୍ରାୟ ୬ହଜାର ୮୫୪ କିଲୋମିଟର ଅତିକ୍ରମ କରି ସ୍ପେନରୁ ଭଦୋଦରାରେ ୨୦ ତାରିଖରେ C-295 ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ପହଞ୍ଚିଛି । ଏହାକୁ ଉଡାଇବାକୁ ବାୟୁସେନାର ପ୍ରଥମ ବ୍ୟାଚ ପାଇଲଟ ପ୍ରଶିକ୍ଷଣ ନେଇସାରିଛନ୍ତି । ଏବେ ଦ୍ୱିତୀୟ ବ୍ୟାଚର ଟ୍ରେନଂ ଚାଲିଛି । ଆସନ୍ତା ବର୍ଷ ଶେଷ ସୁଦ୍ଧା ପାଇଲଟଙ୍କୁ ଟ୍ରେନିଂ ଦେବା କାର୍ଯ୍ୟ ଶେଷ ହେବ । ଏହି ଟ୍ରାନ୍ସପୋର୍ଟ ବିମାନ ଦ୍ୱାରା ସୈନିକ ମାନଙ୍କ ସହ, ଯୁଦ୍ଧାସ୍ତ୍ର, ଇନ୍ଧନ ଓ ହାର୍ଡୱେର ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ପହଞ୍ଚାଇବାକୁ ସହଜ ହେବ।

Get real time updates directly on you device, subscribe now.