fbpx

ଆଜି ରାଜକୋଟରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ, ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ କଙ୍ଗାରୁ ଦଳ

ଓଡ଼ିଶା ଭାସ୍କର: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ ତୃତୀୟ ଦିନିକିଆ। ରାଜକୋଟ ଠାରେ ସାମ୍ନାସାମ୍ନି ହେବେ ଭାରତ ଓ ଅଷ୍ଟ୍ରେଲିଆ। ଅପରାହ୍ନ ୧ଟା ୩୦ରେ ଆରମ୍ଭ ହେବ ଏହି ମ୍ୟାଚ୍। ଅଷ୍ଟ୍ରେଲିଆ ପ୍ରଥମ ଦୁଇଟି ମ୍ୟାଚ୍ ହାରି ସିରିଜ୍ ହାରିସାରିଛି। ସେହିପରି ତୃତୀୟ ଦିନିକିଆରେ ଯଦି କଙ୍ଗାରୁ ଦଳ ହାରିଯାଏ, ତା’ହେଲେ ଲଗାତାର ୬ଟି ଦିନିକିଆ ହାରିବ। ଏବର୍ଷ ଲଗାତାର ୫ଟି ଦିନିକିଆ ହାରିଛି ଅଷ୍ଟ୍ରେଲିଆ। ୨୦୨୦ରେ ମଧ୍ୟ କଙ୍ଗାରୁ ଦଳ ଲଗାତାର ୫ଟି ଦିନିକିଆ ହାରିଥିଲା। ତେବେ ୨୦୨୦ରେ ସେ ଷଷ୍ଠ ଦିନିକିଆ ମ୍ୟାଚ୍ ଜିତିଥିଲେ। ଏବେ ଅଷ୍ଟ୍ରେଲିଆ ଷଷ୍ଠ ଦିନିକିଆ ଜିତିପାରିବ ନା ରାଜକୋଟ ଦିନିକିଆ ହାରି ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିପାରିବ। ୨୦୨୦ରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ଓ ଭାରତ ବିପକ୍ଷରେ ଲଗାତାର ୫ଟି ମ୍ୟାଚ୍ ହାରିଥିବା ବେଳେ ଏଥର ମଧ୍ୟ ଦଳ ଦକ୍ଷିଣ ଆଫ୍ରିକା ଓ ଭାରତ ବିପକ୍ଷରେ କ୍ରମାଗତ ୫ଟି ମ୍ୟାଚ୍ ହାରିଛି।

ତେବେ ୨୦୨୦ରେ କଙ୍ଗାରୁ ଦଳ ଷଷ୍ଠ ମ୍ୟାଚ୍ ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟୀ ହୋଇଥିଲା। କିନ୍ତୁ ଏବେ ଅଷ୍ଟ୍ରେଲିଆକୁ ଭାରତ ବିପକ୍ଷରେ ଏବର୍ଷର ଷଷ୍ଠ ମ୍ୟାଚ୍ ଖେଳିବାକୁ ପଡ଼ିବ। ଏଭଳି ସ୍ଥିତିରେ କ୍ରମାଗତ ୫ଟି ମ୍ୟାଚ୍ ହାରିବା ପରେ ମଧ୍ୟ ଷଷ୍ଠ ମ୍ୟାଚ୍ ଜିତିବା ସେମାନଙ୍କ ପାଇଁ ସହଜ ହେବ ନାହିଁ। ପ୍ରଥମ ଦୁଇଟି ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ବହୁତ ଭଲ ଖେଳିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଶୃଙ୍ଖଳାର ପ୍ରଥମ ଦୁଇଟି ମ୍ୟାଚ୍ ରେ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେଏଲ୍ ରାହୁଲ ଭାରତୀୟ ଦଳର ଦାୟିତ୍ୱ ନେଇଥିଲେ। କିନ୍ତୁ ଏବେ ତୃତୀୟ ମ୍ୟାଚ୍ ରେ ରୋହିତ ଶର୍ମା ଫେରିବେ ଏବଂ ସେ ଭାରତର ନେତୃତ୍ୱ ନେବେ। ରୋହିତ ଶର୍ମାଙ୍କ ବ୍ୟତୀତ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ମଧ୍ୟ ତୃତୀୟ ମ୍ୟାଚ୍ ରେ ଫେରିବେ।

Get real time updates directly on you device, subscribe now.