fbpx

ଏଣିକି କଲେଜରେ ଲାଗିବ ବାୟୋମେଟ୍ରିକ୍‌‌ ମେସିନ୍‌, ଦୈନିକ ୭ ଘଣ୍ଟା କାଳ ଉପସ୍ଥାନ ରଖିବେ ଅଧ୍ୟାପକ ; ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ

ଭୁବନେଶ୍ୱର; କଲେଜ ଅଧ୍ୟାପକଙ୍କୁ ଜଗିବ ବାୟୋମେଟ୍ରିକ୍‌‌ ମେସିନ୍‌ । ଅଧ୍ୟାପକ ମାନେ ଠିକ୍ ସମୟରେ କଲେଜ ଆସି ପିଲାଙ୍କୁ ପାଠ ପଢ଼ାଇ ଠିକ୍ ସମୟରେ ଘରକୁ ଫେରୁଛନ୍ତି ନା ନାହିଁ ତାହାକୁ ତର୍ଜମା କରି ରିପୋର୍ଟ ପ୍ରଦାନ କରିବ ଏହି ବାୟୋମେଟ୍ରିକ୍‌‌ ମେସିନ୍‌ ।

ସୂଚନା ଥାଉକି, ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ଼ ଓ ଶୃଙ୍ଖଳିତ କରିବା ଦୃଷ୍ଟିରେ ରଖି ଚଳିତ ବର୍ଷ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଅଧ୍ୟାପକ ମାନେ ଦୈନିକ ଉପସ୍ଥାନ ୭ ଘଣ୍ଟା ରଖିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶ ଦେଇଛି । ଯାହାକୁ ନେଇ ସମସ୍ତ ଡିଗ୍ରୀ କଲେଜରେ ବାୟୋମେଟ୍ରିକ୍‌‌ ମେସିନ୍‌ ଲଗାଯିବ। ଶିକ୍ଷାର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ପାଠପଢାରେ ସୁବିଧା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

ସେହିପରି ଶିକ୍ଷାର୍ଥୀଙ୍କ ଉପସ୍ଥାନ ଅତି କମ୍‌ରେ ୭୫% ରଖିବାକୁ ଉଚ୍ଚଶିକ୍ଷା ବିଭାଗ କହିଛି । ୭୫% ଉପସ୍ଥାନରୁ କମ ଶିକ୍ଷାର୍ଥୀଙ୍କ ତଥ୍ୟ ବି ରଖାଯିବ। ଏଥି ସହିତ ଭଲ ନାକ୍‌ ଗ୍ରେଡ୍‌ ପାଇଥିବା କଲେଜକୁ ଭିତ୍ତିଭୂମି ପାଇଁ ଅଧିକ ଅର୍ଥ ମିଳିବ । ସେହିପରି ରାଜ୍ୟରେ ଗଉଖ ପକ୍ଷରୁ ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସଭିଲ୍‌ ସର୍ଭିସ ଲାଗି କୋଚିଂ ଦିଆଯିବ । ଆଇଏଏସ ଓ ଓଏଏସ ଅଫିସର ମାନେ ଆଶାୟୀ ଛାତ୍ର ଛାତ୍ରୀଙ୍କୁ ମୋଟିଭେଟ୍ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି କୁହାଯାଇଛି ।

Get real time updates directly on you device, subscribe now.