fbpx

କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ପୋଲିସ: ଡ୍ରଗ୍ସ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । କଂଗ୍ରେସର ଜଣେ ବିଧାୟକ ଗିରଫ ହୋଇଛନ୍ତି । ଡ୍ରଗସ ମାମଲାରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି । ୨୦୧୫ର ନାର୍କୋଟିକ ଡ୍ରଗସ ଆଣ୍ଡ ସାଇକୋଟ୍ରୋପିକ ସବଷ୍ଟାନ୍ସ (ଏନଡିପିଏସ) ଆକ୍ଟ ଆଧାରରେ କଂଗ୍ରେସ ବିଧାୟକ ସୁଖପାଲ ସିଂହ ଖେରାଙ୍କୁ ପଞ୍ଜାବ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଖେରାଙ୍କୁ ଜଲାଲବାଦ ପୋଲିସ ଆଜି ସକାଳୁ ଗିରଫ କରିଥିଲା । ସକାଳ ପାଖାପାଖି ୫ଟା ସମୟରେ ଚଣ୍ଡିଗଡ଼ ସ୍ଥିତ ସେକ୍ଟର-୫ରେ ତାଙ୍କୁ ପୋଲିସ ହେପାଜତକୁ ନେଇଥିଲା । ଖେରା କଂଗ୍ରେସର ଜଣେ ବରିଷ୍ଠ ବିଧାୟକ ହୋଇଥିବାରୁ ତାଙ୍କର ଗିରଫଦାରୀକୁ ନେଇ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି । ଗତ ୨୦୧୫ ମସିହାରୁ ଖେରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଚରାଉଚରା କରି ଆସୁଥିଲା । ଏହା ପୂର୍ବରୁ ଇଡି ଖେରାଙ୍କ ବାସଭବନରେ ଚଢ଼ାଉ କରିଥିଲା ।

ଖେରା ଏବେ ଭୋଲାଥ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ରହିଥିବା ବେଳେ ସେ କଂଗ୍ରେସର କିଷାନ ସେଲର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ଅଟନ୍ତି । ବିଭିନ୍ନ ସମୟରେ ଖେରା ବିବାଦ ଘେରରେ ରହିଆସିଛନ୍ତି । ୨୦୧୫ରେ ଡ୍ରଗସ ତସ୍କରୀ ମାମଲାରେ ତାଙ୍କ ନାମରେ ମାମଲା ଦାୟର କରାଯାଇଥିଲା । ଫାଜିଲ୍କା କୋର୍ଟ କିଛି ଡ୍ରଗସ ତସ୍କରଙ୍କୁ ଗିରଫ କରିବା ପରେ ଖେରାଙ୍କୁ ସମନ କରିଥିଲେ । ପୋଲିସ ଗିରଫ କରିଥିବା ତସ୍କରଙ୍କଠାରୁ ୨ କେଜିର ହେରୋଇନ, ୨୪ଟି ଗୋଲ୍ଡ ବିସ୍କୁଟ, ଦୁଇଟି ପାକିସ୍ତାନ ସିିମ କାର୍ଡ ଓ ଗୋଟିଏ ଦେଶୀ ପିସ୍ତଲ ଜବତ କରାଯାଇଥିଲା । ନିଜର ପର୍ସନାଲ ସେକ୍ରେଟାରୀଙ୍କ ଫୋନରେ ଖେରା ତସ୍କରଙ୍କ କଥା ହୋଇଥିବା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.