fbpx

Credit Card ରେ କିପରି ହୁଏ ଠକେଇ : ବ୍ୟବହାରକାରୀମାନେ ଜାଣିନିଅନ୍ତୁ ଏଥିରୁ ବଞ୍ଚବାର ଉପାୟ

ନୂଆଦିଲ୍ଲୀ : ଆଜିର ସମୟରେ ଅଧିକାଂଶ ଲୋକ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି। କ୍ରେଡିଟ୍ କାର୍ଡ ମାଧ୍ୟମରେ ଯେ କୌଣସି ସ୍ଥାନରେ ଦେୟ ଅତି ସହଜରେ ହେଉଛି । ତେଣୁ ଦେଶରେ କ୍ରେଡିଟ କାର୍ଡର ବ୍ୟବହାର କାରିଙ୍କ ସଂଖ୍ୟା ବଢିବାରେ ଲାଗିଛି । କିନ୍ତୁ ଏହାକୁ ବ୍ୟବହାର କରିବା ବେଳେ ସାବଧାନର ସହ ବ୍ୟବହାର କରିବା ଉଚିତ । ନଚେତ ଠକାମୀର ଶୀକାର ହୋଇପାରନ୍ତି । ତେବେ ଆସନ୍ତୁ ଜାଣିବା କିଭଳି ଠକାମୀରୁ ଦୂରରେ ରହିବା ।

ନକଲି ଅଫରର ଲୋଭ : ଅନେକ ସମୟରେ ଆପଣଙ୍କୁ କଲ/ମେସେଜ କରି ନକଲି ଅଫରର ଲୋଭ ଦେଖାନ୍ତି ଏବଂ ଆପଣଙ୍କୁ ଆପଣଙ୍କ କ୍ରେଡିଟ କାର୍ଡର ଡିଟେଲ ମାଗନ୍ତି । ତେଣୁ ଆପଣ ଏହି ପ୍ରକାର କଲ କିମ୍ବା ମେସେଜ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । ଏହା ବ୍ୟତୀତ କାହା ସହ ବି ନିଜର କ୍ରେଡିଟ କାର୍ଡର ବିବରଣୀ ଦିଅନ୍ତୁ ନାହିଁ ।

କ୍ରେଡିଟ କାର୍ଡ ଚୋରି ହେବା କିମ୍ବା ହଜି ଯିବା : ବେଳେ ବେଳେ ଲୋକଙ୍କର କ୍ରେଡିଟ କାର୍ଡ ଚୋରି ହୋଇଯାଏ ଅଥବା ହଜି ଯାଏ । ଏଭଳି ପରିସ୍ଥିତିରେ ତୁରନ୍ତ କ୍ରେଡିଟ କାର୍ଡ ଜାରି କରିଥିବା ବ୍ୟାଙ୍କ ନଚେତ ଆର୍ଥିକ ଅନୁଷ୍ଠାନକୁ କଲ କରି ଜଣାନ୍ତୁ । ଏହାପରେ ଆପଣ ଆପଣଙ୍କ କ୍ରେଡିଟ କାର୍ଡକୁ ବ୍ଲକ କରି ଦିଅନ୍ତୁ । ନଚେତ ଆପଣଙ୍କ କାର୍ଡର ଭୁଲ ବ୍ୟବହାର ମଧ୍ୟ ହୋଇ ପାରିବା ।

ନକଲି କାର୍ଡ : ଆପଣ ଏପରି ଏକ ସ୍ଥାନରେ ଅଛନ୍ତି ଯେଉଁଠାରେ କି ବହୁତ ଭିଡ଼ ଅଛି, ତେବେ ସେଠାରେ ଦେୟ ଦେବାବେଳେ ଆପଣଙ୍କର କ୍ରେଡିଟ୍ କାର୍ଡକୁ ସାଵଧାନର ସହିତ ବ୍ୟବହାର କରନ୍ତୁ । ଏହିପରି ସ୍ଥାନରେ, ଲୋକମାନେ ଆପଣଙ୍କ କାର୍ଡକୁ କପି କରିବା ପାଇଁ ପେମେଣ୍ଟ ମେସିନରେ ଏକ ଚିପ ଭର୍ତ୍ତି କରନ୍ତି କିମ୍ବା ଆପଣଙ୍କ ପଛରେ ଠିଆ ହୋଇ କାର୍ଡ ବିବରଣୀ ଚୋରି କରିପାରିବେ । ଏପରି ପରିସ୍ଥିତିରେ, ଜନଗହଳି ପୂର୍ଣ୍ଣ ସ୍ଥାନରେ କାର୍ଡକୁ ଯତ୍ନର ସହିତ ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.