fbpx

୨,୦୦୦ ଟଙ୍କା ନୋଟ ବଦଳ କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର, ଜାଣନ୍ତୁ ସମୟସୀମା ଶେଷ ହେବା ପରେ କ’ଣ କରିବେ

ନୂଆଦିଲ୍ଲୀ : ବ୍ୟାଙ୍କରେ ୨୦୦୦ ନୋଟ ବଦଳାଇବାର ଶେଷ ତାରିଖ ହେଉଛି ୩୦ ସେପ୍ଟେମ୍ବର । ଅର୍ଥାତ ଆପଣଙ୍କ ପାଖରେ ଆଜି ଏବଂ କାଲି ଦୁଇ ଦିନ ସମୟ ରହିଛି । ଭାରତୀୟ ରିଜରର୍ଭ ବ୍ୟାଙ୍କ ୧୯ ମେ ରେ ଘୋଷଣା କରିଥିଲା ୨୦୦୦ ଟଙ୍କା ନୋଟ ବ୍ୟାନ କରାଯାଇଛି । ଏହା ପରେ ନୋଟ ବଦଳାଇବାକୁ ୪ ମାସର ସମୟ ଦେଇଥିଲେ । ଆରବିଆଇ କହିବା ଅନୁସାରେ ୨୪,୦୦୦ କୋଟି ଟଙ୍କାର ୨୦୦୦ଟଙ୍କା ନୋଟ ଏପର୍ଯ୍ୟନ୍ତ ବ୍ୟାଙ୍କୁ ଆସି ନାହିଁ । ତେବେ ଯଦି ଆପଣଙ୍କ ପାଖରେ ୨୦୦୦ ଟଙ୍କାର ନୋଟ ଅଛି ତେବେ ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ । ୩୦ ତାରିଖ ପରେ ୨୦୦୦ ଟଙ୍କା ନୋଟର ପ୍ରଚଳନ ହୋଇପାରିବ ନାହିଁ । ଏହି ନୋଟକୁ କେବଳ ଆରବିଆଇ ପାଖରେ ବଦଳ କରାଯାଇ ପାରିବ । ଆରବିଆଇର କିମ୍ବା ଆପଣଙ୍କ ଅଞ୍ଚଳରେ ଥିବା ଶାଖା ବ୍ରାଞ୍ଚରେ ଏହାକୁ ବଦଳାଇ ପାରିବେ । ତେବେ ଆଶା କରାଯାଉଛି ଆରବିଆଇ ତାହାର ସମୟସୀକୁ ଆହୁରି ବୃଦ୍ଧି କରିପାରେ ।

୨୦୦୦ ଟଙ୍କା ନୋଟ ଜମା କରିବାର ପକ୍ରିୟା ବିଷୟରେ ଜାଣନ୍ତୁ ।
୧. ଆପଣଙ୍କ ନିକଟସ୍ଥ ବ୍ୟାଙ୍କକୁ ଯାଆନ୍ତୁ ।
୨. ଏକ୍ସଚେଞ୍ଜ/ଜମା କରିବା ପାଇଁ ଅନୁରୋଧ ଆପ୍ଲିକେଶନ ଭରନ୍ତୁ ।
୩. ଜମା କରୁଥିବା ବ୍ୟକ୍ତିଙ୍କ ନାମ କ୍ୟାପିଟାଲ ଲେଟରରେ ଲେଖନ୍ତୁ ।
୪. ଏହା ପରେ ଆପଣଙ୍କ ଆଧାରକାର୍ଡ , ଡ୍ରାଇଭିଙ୍ଗ ଲାଇସେନ୍ସ,ଭୋଟର ଆଇକାର୍ଡ,ପାସପୋର୍ଟରେ ଥିବା ସଂଖ୍ୟାକୁ ରେଜିଷ୍ଟର କରନ୍ତୁ ।
୫. ଏହା ଛଡା ୨୦୦୦ ଟଙ୍କା ନୋଟର ବିବରଣୀ ଭରନ୍ତୁ ।
୬. ବିବରଣୀ ଭରିବା ପରେ ୨୦୦୦ଟଙ୍କା ନୋଟ ସହିତ ବ୍ୟଙ୍କରେ ଜମା କରନ୍ତୁ ।

Get real time updates directly on you device, subscribe now.