fbpx

(Video) ଦିଲ୍ଲୀ- ଏନସିଆର ବାସୀ ସାବଧାନ! ବଢିବ ପ୍ରଦୂଷଣର ମାତ୍ରା

ନୂଆଦିଲ୍ଲୀ : ସେପ୍ଟେମ୍ବର ମାସ ଶେଷ ହେବାକୁ ଯାଉଛି । ଅକ୍ଟେବରରେ ଦିଲ୍ଲୀର ଅନେକ ସ୍ଥାନରେ ଶୀତ ଅନୁଭବ ହେବ । ଶୀତ ସହିତ ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ଏବଂ ଧୂଆଁର ଆସ୍ତରଣ ଦେଖିବାକୁ ମିଳିବ । ଏହି ପ୍ରଦୂଷଣର ସବୁଠାରୁ ବଡ କାରଣ ହେଉଛି ଗାଡିରୁ ବାହାରୁଥବା ଧୂଆଁ, ଏବଂ ପଞ୍ଜାବ ହରିଆନାରେ ଜଳା ଯାଉଥିବା ନଡା । କିନ୍ତୁ ହରିଆନାରେ ନଡା ଜଳାଇବା ବ୍ୟାନ ହୋଇଛି । ଏହା ପରେ ମଧ୍ୟ ଏଠାରେ ନଡା ଜଳାଇବା ବନ୍ଦ ହେଉନାହିଁ ।

ଶୀତ ଦିନ ଆରମ୍ଭରୁ ସମ୍ପର୍ଣ୍ଣ ଦିଲ୍ଲୀରେ ପ୍ରଦୂଷଣ ଦେଖିବାକୁ ମିଳେ । ଶ୍ୱାସ ରୋଗୀଙ୍କ ସଂଖ୍ୟା ମଧ୍ୟ ଏଠାରେ ଶୀତ ଦିନରେ ଅଧିକ ବଢିଯାଏ । ସରକାର ସବୁବେଳେ କହୁଛନ୍ତି ଏହା ଉପରେ ପଦକ୍ଷପ ନିଆଯାଉଛି କିନ୍ତୁ କୌଣସି ସୁଫଳ ଦେଖିବାକୁ ମିଳୁ ନାହିଁ । ସୂଚନା ଅନୁସାରେ ଆଜି ପଞ୍ଜାବରେ କିଛି ଗାଁରେ ଚାଷୀମାନେ ତାଙ୍କ କ୍ଷେତରେ ନଡା ଜଳାଇବା ଆରମ୍ଭ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି । ଯାହାର ଧୂଆଁ ଏବେ ଦିଲ୍ଲୀ ଏନସିଆରରରେ ପହଞ୍ôଚବ । ଏହା ପରେ ଦୀପାବଳୀ ବାଣ ଫୁଟାଇବା ଦ୍ୱାରା ଆହୁରି ପ୍ରଦୂଷଣ ବୃଦ୍ଧି ପାଇବ ।

Get real time updates directly on you device, subscribe now.