fbpx

କୁକୁର ବ୍ୟାନ, କୁକୁର ଆକ୍ରମଣ ବଢୁଥିବାରୁ ସରକାର ନେଲେ ଏହି ନିଷ୍ପତି

ପାଣାଜୀ : ଦେଶର ଅଲଗା ଅଲଗା ସ୍ଥାନରେ କୁକୁରମାନେ ମଣିଷଙ୍କ ଉପରେ ଆକ୍ରମଣ କରୁଥିବା ଖବର ଦେଖିବାକୁ ମିଳୁଛି । ଅନେକ ଘଟଣାରେ ଦେଖିବାକୁ ମିଳୁଛି ଅନେକ ଲୋକ କୁକୁର ଆକ୍ରମରେ ମୃତ୍ୟୁବରଣ କରୁଛନ୍ତି । ଏହି ଘଟଣା ଗୁଡିକ ପରେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଶୁକ୍ରବାର ଘୋଷଣା କରିଛନ୍ତି ମଣିଷକୁ ଆକ୍ରମଣ କରୁଥିବା କିଛି ପ୍ରଜାତିର କୁକୁର ମାନଙ୍କ ଉପରେ ପ୍ରତିବନ୍ଧକ ଲଗାଉଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକମାନେ ଘରେ କୁକୁର ରଖୁଛନ୍ତି କିନ୍ତୁ ସେମାନେ କୁକୁରମାନଙ୍କୁ ଟିକା ଲଗାଉ ନାହାଁନ୍ତି । ତେବେ ଦୁଇ ମାସ ପୂର୍ବରୁ ଗୋଆର ତାଲେଗାଓରେ ଏକ ଘଟଣା ଘଟିଥିଲା, ଯେଉଁଥିରେ ଦେଖିବାକୁ ମିଳିଥିଲା ଗୋଟିଏ କୁକୁର ଗେଟକୁ ଡେଇଁ ଛୋଟ ଝିଅକୁ ଆକ୍ରମଣ କରିଥିଲା ।

ମୁଖ୍ୟମନ୍ତ୍ରୀ ସାୱନ୍ତ କହିଛନ୍ତି , “କୁକୁର ଆକ୍ରମଣର ଶିକାର ହୋଇଥିବା ନାବାଳିକା ୪ରୁ ୫ ଦିନ ହସ୍ପିଟାଲରେ ରହିଲା । ସେଥିପାଇଁ କୁକୁରର କିଛି ପ୍ରଜାତି ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରୟାସ କରୁଛୁ । ଆମେ ଏଠାରେ ଏପରି କୁକୁର ଚାହୁନି ଯେଉଁମାନେ ସିଧା ମଣିଷଙ୍କ ଉପରେ ଆକ୍ରମଣ କରିବେ ।” ଏହା ଛଡା ମୁଖ୍ୟମନ୍ତ୍ରୀ କହିଛନ୍ତି କୁକୁରମାନଙ୍କ ପାଇଁ ସଡକ ଦୁର୍ଘଟଣା ମଧ୍ୟ ବଢିବାରେ ଲାଗିଛି । ତେଣୁ ସେମାନଙ୍କ ସଂଖ୍ୟା କମ କରିବା ଆବଶ୍ୟକ । ସହରରେଥିବା ସବୁ କୁକୁରଙ୍କ ଟିକାକରଣ କରାଇବା ଆବଶ୍ୟକ । ଯେଉଁମାନେ ଘରେ କୁକୁର ପାଳନ କରୁଛନ୍ତି ସେମାନେ ମଧ୍ୟ କୁକୁମାନଙ୍କୁ ଠିକ ସମୟରେ ଟିକାକରଣ କରାଇବା ଅବେଶ୍ୟକ । ଏହା ପରେ ମୁଖ୍ୟମନ୍ତ୍ରୀ କହିଥିଲେ କୁକୁର ଫ୍ରିି ରାଜ୍ୟ ହେବାକୁ ଯାଉଛି ଗୋଆ । କିନ୍ତୁ ଏବେ କାମ ଶେଷ ହୋଇ ନାହିଁ ।

Get real time updates directly on you device, subscribe now.