ଅତି ବୁଦ୍ଧିମାନ ଏହି ବିଷାକ୍ତ ସାମୁଦ୍ରିକ ଜୀବ: ଆମ ମସ୍ତିଷ୍କର ପ୍ରକ୍ରିୟା ବାବଦରେ ଦେଇପାରେ ଅନେକ ତଥ୍ୟ

ନୂଆଦିଲ୍ଲୀ: ପାଣି ଭିତରେ ଅନେକ ପ୍ରକାର ଜୀବ ରହିଥାନ୍ତି । ମାଛ, କୁମ୍ଭୀର ଆଦି ଅନେକ ଜଳଚର ପ୍ରାଣୀ ବିଷୟରେ ଆମେ ଜାଣିତିବା ବେଳେ ଅନେକଙ୍କୁ ଆମେ ଜାଣି ନ ଥାଉ । ବିଶେଷ କରି ସମୁଦ୍ର ମଧ୍ୟରେ ଅନେକ ପ୍ରାଣୀ ଏଭଳି ରହିଛନ୍ତି । ତେବେ ସାମୁଦ୍ରିକ ଜୀବମାନଙ୍କ ମଧ୍ୟରୁ ସାର୍କ ମାଛକୁ ସବୁଠାରୁ ଶକ୍ତିଶାଳୀ ଏବଂ ଚତୁର ବୋଲି କୁହାଯାଏ । କିନ୍ତୁ ସାର୍କ ବ୍ୟତୀତ ଆହୁରି ଏକ ଜୀବ ମଧ୍ୟ ରହିଛି, ଯାହା ଖୁବ ଚାଲାକ । ଏହାକୁ ବୁଦ୍ଧମାନ ସାମୁଦ୍ରିକ ଜୀବମାନଙ୍କ ତାଲିକାରେ ମଧ୍ୟ ସ୍ଥାନ ଦିଆଯାଇଛି । ଏହି ଜୀବର ନାଁ ହେଉଛି ଆରବିଆନ୍ ବକ୍ସ ଜେଲିଫିସ ।

ନିକଟରେ ବିଷାକ୍ତ ଆରବିଆନ୍ ବକ୍ସ ଜେଲିଫିସ୍ ବାବଦରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି । ନୂଆ ଅଧ୍ୟୟନରୁ ଜଣାପଡ଼ିଛି, ଆମେ ଭାବିବାଠାରୁ ଏହି ଜେଲିଫିସ୍ ବହୁ ବୁଦ୍ଧିମାନ । ଆରବିଆନ୍ ବକ୍ସ ଜେଲିଫିସରେ ସେ ଥାଏ । ରିପୋର୍ଟ ମୁତାବକ ଏହି ଜେଲିଫିସ୍ ପାଖରେ କେବଳ ୧ହଜାର ଲର୍ଭ ସେଲ୍ ରହିଛି । ବୈଜ୍ଞାନିକଙ୍କ କହିବା ମୁତାବକ, ଏହା ଆମ ମସ୍ତିଷ୍କର ପ୍ରକ୍ରିୟା ବାବଦରେ ଅଧିକ ତଥ୍ୟ ଦେଇପାରେ । ୫ଶହ ମିଲିୟନରୁ ଅଧିକ ବର୍ଷ ଧରି ଜେଲିଫିସ୍ ଅଛନ୍ତି । ଏପର୍ୟ୍ୟନ୍ତ ସେମାନଙ୍କୁ ସୀମିତ ଶିଖିବାର କ୍ଷମତା ଥିବା ସରଳ ଜୀବ ବୋଲି ବୁଝାଯାଉଥିଲା । ହେଲେ ବୈଜ୍ଞାନିକଙ୍କ ଏହି ନୂଆ ତଥ୍ୟ ଏପର୍ୟ୍ୟନ୍ତର ଭାବନାକୁ ଓଲଟପାଲଟ କରିଦେଇଛି । ଜଣାପଡ଼ିଛି କି, ବିଷାକ୍ତ ଆରବିଆନ୍ ବକ୍ସ ଜେଲିଫିସ୍ ପାଖରେ ଶିଖିବାର ଅଧିକ କ୍ଷମତା ରହିଛି ।

ୟୁନିଭର୍ସିଟି ଅଫ୍ କୋପେନହାଗେନର ନ୍ୟୁରୋଲୋଜିଷ୍ଟ ପ୍ରଫେସର ଏଣ୍ଟର୍ସ ଗାର୍ମ ଅଧିକ ସମୟ ଧରି ଏହି ଜେଲିଫିସ୍? ଉପରେ ଅଧ୍ୟୟନ କରୁଛନ୍ତି । ଏହାକୁ ସାଧାରଣତଃ ଦୁନିଆର ସବୁଠୁ ବିଷାକ୍ତ ଜେଲିଫିସ୍ କୁହାଯାଏ । ସେମାନେ କାଦୁଅ ପଙ୍କରେ ଥିବା ଗଛ ଅଞ୍ଚଳରେ ରୁହନ୍ତି । ସେଠାରେ ଥିବା ଛୋଟ ଛୋଟ ଜୀବଙ୍କୁ ଶିକାର କରନ୍ତି । ଏଥିପାଇଁ ସେ ତା’ର ୨୪ ଆଖି ଏବଂ ପ୍ରଭାବଶାଳୀ ଭିଜୁଆଲ ସିଷ୍ଟମର ଉପଯୋଗ କରିଥାଏ । ବୈଜ୍ଞାନିକମାନେ କହିଛନ୍ତି, ଏହି ଜେଲିଫିସ୍ ବାସ୍ତବରେ ଦୂରର ଆକଳନ କରିପାରେ ଏବଂ ନିଷ୍ପତ୍ତି ମଧ୍ୟ ନେଇପାରେ ।