fbpx

ବଳାତ୍କାରର ଶିକାର ହୋଇଥିବା ମାନସିକ ବିକୃତ ମହିଳା ଜନ୍ମ ଦେଲେ କନ୍ୟା ସନ୍ତାନ

ପୁରୀ : ସାମ୍ନାକୁ ଆସିଛି ଆଉ ଏକ ଘଟଣା । ଯେଉଁଥିରେ ଦେଖିବାକୁ ମିଳିଛି ବଳାତ୍କାର ଶିକାର ହୋଇଥିବା ଜଣେ ମାନସିକ ଭିନ୍ନକ୍ଷମ ମହିଳା ଜନ୍ମ ଦେଇଛନ୍ତି ଏକ ଶିଶୁ କନ୍ୟା । ସେ ପୁରୀର ଏକ ଆଶ୍ରୟସ୍ଥଳୀରେ ରହୁଥିଲେ ତାଙ୍କୁ ପ୍ରସବ ଯନ୍ତ୍ରଣା ହେବା ପରେ ଆମ୍ବୁଲାନ୍ସରେ ନିଆଯାଉଥିବା ବେଳେ ବାଟରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ।

ମହିଳା ଏ ଶିଶୁଟିକୁ ଜନ୍ମ କରିବା ପଛରେ ବହୁତ ବଡ ଦୁଃଖଦ କାହାଣୀ ରହିଛି । ଯାହା ଶୁଣିଲେ ଆପଣଙ୍କ ହୃଦୟ ବ୍ୟାକୁଳ ହେବ । ଏହି ମାନସିକ ବିକୃତ ମହିଳା ସହ ଯିଏ ଏପରି କରିଛି ତାକୁ ଦଣ୍ଡିତ କରିବାକୁ ଇଚ୍ଛା ହେବ । ଏକ ସୁନ୍ଦର ଶିଶୁଟିକୁ ଜନ୍ମ ଦେଇଛନ୍ତି ମାନସିକ ଭିନ୍ନକ୍ଷମ ମହିଳା । ଆମ୍ବୁଲାନ୍ସ ଭିତରେ ଶିଶୁ କନ୍ୟାକୁ ଜନ୍ମ କଲେ ମାନସିକ ଭିନ୍ନକ୍ଷମ ମହିଳା ଜଣକ। ପୁରୀ ବଡ଼ଦାଣ୍ଡ ପାଖ ମାଳିଯାଗା ନିକଟରୁ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ପୁରୀର ଏକ ଆଶ୍ରୟ ସ୍ଥଳୀରେ ରହୁଥିବା ମାନସିକ ଭିନ୍ନକ୍ଷମ ମହିଳା ଜଣଙ୍କ ଗର୍ଭ ଯନ୍ତ୍ରଣାରେ ଛଟପଟ ହେବା ପରେ ଖବର ପାଇ ସାହି ଭାଇ ଅନୁଷ୍ଠାନର କର୍ମକର୍ତ୍ତା ତାଙ୍କୁ ଉଦ୍ଧାର କରିଥିଲେ। ଗତ ମାର୍ଚ୍ଚ ୩ ତାରିଖରେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାହି ଭାଇ ଅନୁଷ୍ଠାନର ସମ୍ପାଦକ ଚନ୍ଦ୍ରଶେଖର ମିଶ୍ର ଉଦ୍ଧାର କରି ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟର ଭର୍ତି କରାଇଥିଲେ। ମାନସିକ ଭିନ୍ନକ୍ଷମ ହୋଇଥିବାରୁ ସେ ଠିକ୍ ସେ କଥା କହିପାରୁନଥିଲେ। ସେ ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ କରିବାରୁ ସାହିଭାଇ ଅନୁଷ୍ଠାନ ଡାକ୍ତରୀ ମାଇନା ଦାବୀ କରିଥିଲେ।

ସେ ପୁରୀର ଏକ ଆଶ୍ରୟସ୍ଥଳୀରେ ରହିଥିଲେ। ପରେ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ସମୟରେ ସେ ଗର୍ଭବତୀ ଥିବା ଜଣାପଡିଥିଲା।ଗତକାଲି ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟ ନିଆଯାଉଥିବାବେଳେ ସେ ଆମ୍ବୁଲାନ୍ସ ଭିତରେ  ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଉଭୟ ମା ଓ ଜନ୍ମିତ ଶିଶୁ କନ୍ୟାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ପ୍ରସୂତି ଓ ଶିଶୁ ବିଭାଗ ରେ ଭର୍ତ୍ତି କରାଯାଇଛି।

Get real time updates directly on you device, subscribe now.