fbpx

ଉଦଳାରେ ଅନୁଷ୍ଠିତ ହେଲା ମୟୂରଭଞ୍ଜ ଜିଲ୍ଲା ବିଦ୍ୟାଳୟ ସମୂହ ଦୌଡକୁଦ ଓ କ୍ରିକେଟ ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହ

ଉଦଳା: ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲା ବିଦ୍ୟାଳୟ ସମୂହ ଦୌଡକୁଦ ଓ କ୍ରିକେଟ ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହ ଆଜି ତା ୨୯.୦୯.୨୦୨୩ ରିଖ ଶୁକ୍ରବାର ଦିନ ଉଦଳା ବ୍ଲକ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଘାଟନୀ ସମାରୋହରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୬୦୦ରୁ ଉର୍ଦ୍ଧ୍ବ ୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗ ବର୍ଗ ସମସ୍ତ ଅଂଶଗ୍ରହଣ କରିଥିଲେ।

ଆଗାମୀ ଚାରିଦିନ ଧରି ଚାଲିବାକୁ ଥିବା ଏହି ଦୌଡକୁଦ ଓ କ୍ରିକେଟ ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥିରୂପେ ମୟୂରଭଞ୍ଜ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡଃ ଦେବାଶିଷ ମାର୍ଣ୍ଡି, ବିଶିଷ୍ଟ ଅତିଥି ଭାବେ ମାନ୍ୟବର ପୂର୍ବତନ ବିଧାୟକ, ଉଦଳା, ଶ୍ରୀନାଥ ସୋରେନ, ସମ୍ମାନିତ ଅତିଥି ଭାବେ, ପ୍ରଶାନ୍ତ କୁମାର ମହାନ୍ତି ଓ. ଶି .ସେ (ବ) ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ମୟୂରଭଞ୍ଜ ,ଶ୍ରୀଯୁକ୍ତ ନିତ୍ୟାନନ୍ଦ ବାରିକ, ଓ. ଶି .ସେ (ବ) ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ମୟୂରଭଞ୍ଜ ଦୀପ୍ତି ନାୟକ, ଓ. ଶି .ସେ (ବ) ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ମୟୂରଭଞ୍ଜ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଅବିନାଶ ପାଣି (ଓ.ସୂ.ସେ) ପ୍ରମୁଖ ଯୋଗ ଦେଇଥିଲେ।

ଏହି ଜିଲ୍ଲା ବିଦ୍ୟାଳୟ ସମୂହ ଦୌଡକୁଦ ଓ କ୍ରିକେଟ ପ୍ରତିଯୋଗିତାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ସେଠୀ, ଓ. ଶି .ସେ (ବ) ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପାଠ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ଶ୍ରୀଯୁକ୍ତ ଭାଗିରଥ ମଲ୍ଲିକ କରିଥିବା ବେଳେ ବହୁବଂଧ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ଚତୁର୍ଭୁଜ ନାଏକ ମଂଚ ପରିଚାଳନା କରିଥିଲେ। ନିଜ ବକ୍ତବ୍ୟରେ ଡଃ ମାର୍ଣ୍ଡି ମୟୂରଭଞ୍ଜ ମାଟିକୁ କ୍ରୀଡାର ଭିତ୍ତିଭୂମି କହିବା ସହିତ ଯଉନା ମୁର୍ମୁ ଭଳି ଜାତୀୟ ସ୍ତରର କ୍ରୀଡ଼ାବିତଙ୍କୁ ତିଆରିକରିବା ର ଶ୍ରେୟ ଏହି ଜିଲ୍ଲାବାସୀଙ୍କୁ ପ୍ରଦାନ କରିଥିଲେ।

ସେହିପରି ଶ୍ରୀମତୀ ହାଁସଦା କ୍ରୀଡାକୁ ଏକ ଅସ୍ତ୍ରରୁପେ ବ୍ୟବହାର କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଉଦଳାର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୋରେନ ଖେଳାଳି ମାନଙ୍କୁ କ୍ରୀଡ଼ାବିତ ମନୋଭାବ ନେଇ ଉତ୍କୃଷ୍ଟ ମାନର କ୍ରୀଡା ପ୍ରଦର୍ଶନ କରିବାପାଇଁ ଉତ୍ସାହିତ କରିଥିଲେ। ଏହି ସଭାର ସଭାପତି ତଥା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସେଠୀ ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ରୀଡାକୁ ପାଥେୟକରି ନିଜ ଭବିଷ୍ୟତ ଉଜ୍ଜ୍ୱଳମୟ କରିବାକୁ, ହାର ଜିତକୁ ଭୁଲି ପଡିଆରେ ଏବଂ ପଡିଆ ବାହାରେ ନିଜ ମେଧା ପ୍ରଦର୍ଶନ କରିବାକୁ କହିଥିଲେ।

ଏହି ଚାରିଦିନ ବ୍ୟାପି ହେବାକୁ ଥିବା ଜିଲ୍ଲା ବିଦ୍ୟାଳୟ ସମୂହ ଦୌଡକୁଦ ଓ କ୍ରିକେଟ ପ୍ରତିଯୋଗିତାର ସଂଯୋଜିକା ତଥା ଉଦଳା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷିକା ଶ୍ରୀମତୀ ଅନୁଜା ମାଧୁରୀ ଦାସ ଏବଂ କ୍ରୀଡା ଶିକ୍ଷୟିତ୍ରୀ ଶ୍ରୀମତୀ ମନୋରମା ନାୟକ ଏହି ସଭାକୁ ସଫଳ ପରିଚାଳନା କରିବା ସହିତ ଛାତ୍ରଛାତ୍ରୀଙ୍କର ରହିବା, ଖାଇବା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ଆନୁଷ୍ଠାନିକ କ୍ରୀଡା ମଶାଲ ସମସ୍ତ ସମ୍ମାନିତ ଅତିଥିଙ୍କ ଦ୍ୱାରା ପ୍ରଜ୍ବଳିତ ହୋଇଥିଲା ତତ୍ସହିତ ୨୬ଟି ବ୍ଲକ୍ରୁ ଆସିଥିବା ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସୂଚନା ଥାଉକି, ଏହି ଜିଲ୍ଲା ବିଦ୍ୟାଳୟ ସମୂହ ଦୌଡକୁଦ ଓ କ୍ରିକେଟ ପ୍ରତିଯୋଗିତାର ଉଦ୍ଜାପନୀ ସମାରୋହ ଏବଂ ପୁରସ୍କାର ବିତରଣ ଉତ୍ସବ ଆଗାମୀ ତା ୦୧.୧୦.୨୦୨୩ ରିଖ ଦିନ ଉଦଳା ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହେବ।

Get real time updates directly on you device, subscribe now.