fbpx

ପୋଲ ଉପରେ ବାଇକି ଓ ଚପଲ ରଖି ନଦୀକୁ ଡ଼େଇଁଲେ ଯୁବକ

ଜଗତସିଂହପୁର: ରାଜ୍ୟରେ ବଢିବାରେ ଲାଗିଛି ଆତ୍ମହତ୍ୟା ଜନିତ ମୃତ୍ୟୁ ହାର । ଏଇ କିଛିଦିନ ମଧ୍ୟରେ ନଦୀକୁ ଡେଇଁ ଆତ୍ମହତ୍ୟା କରିବା ଉଦ୍ୟମ ବଢିବାରେ ଲାଗିଛି । ପୁଣି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଞ୍ଚଳରେ । ସୂଚନା ଅନୁସାରେ ପାରିବାରିକ କଳହକୁ କେନ୍ଦ୍ର କରି ବାଇକି ଓ ଚପଲ ରଖି ନଦୀକୁ ଡେଇଁଲେ ଯୁବକ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି । ଶିଖର ନଦୀ ଘାଟ ନିକଟରେ ପୋଲ ଉପରୁ ଡେଇଁଛନ୍ତି ନାଉଗାଁ ଥାନା ଅଞ୍ଚଳର ବଛାଳ ଗ୍ରାମର ଶରତ ଲେଙ୍କାଙ୍କ ୩୨ ବର୍ଷୀୟ ପୁଅ ସୁଜିତ ଲେଙ୍କା । ତେବେ ଆଜି ସୁଜିତ କିଛି ପାରିବାରିକ କଳହକୁ କେନ୍ଦ୍ର କରି ଶିଖର ଘାଟ ପୋଲ ଉପର ନିଜର ପଲସର ବାଇକି ଓ ଚପଲ ଟିକୁ ରଖି ନଦୀ ଡେ଼ଇଁ ପଡ଼ିଥିଲେ। ଘଟଣାସ୍ଥଳରେ ନାଉଗାଁ ପୋଲିସ ଓ ନାଉଗାଁ ଅଗ୍ନିଶମ ବାହିନୀ ପହଂଚି ସୁଜିତକୁ ଖୋଜାଖୋଜି ଜାରି ରଖିଛିନ୍ତି ।

Get real time updates directly on you device, subscribe now.