ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ଅଷ୍ଟମ ଦିବସ । ଆଜି ଭାରତ ବିଭିନ୍ନ ବର୍ଗରେ ଶାନଦାର ପ୍ରଦର୍ଶନ କରିବା ସହ ପଦକ ହାସଲ କରିଛି । ଏହା ମଧ୍ୟରେ ଭାରତ ପୁଣି ଏକ ସ୍ୱର୍ଣ୍ଣ ପଦକ ଜିତିଛି । ୩୦୦୦ ମିଟର ଷ୍ଟିପଲଚେଜରେ ଭାରତ ଏହି ସଫଳତା ହାସଲ କରିଛି । ଅବିନାଶ ସାବଲେ ଭାରତ ପାଇଁ ଏହି ଗୌରବ ଆଣିଛନ୍ତି ।
ପ୍ରଥମ ଭାରତୀୟ ଭାବେ ଅବିନାଶ ଏସୀୟ କ୍ରୀଡ଼ାରେ ୩୦୦୦ ମିଟର ଷ୍ଟିପଲଚେଜରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିସହିତର ଏସୀୟ କ୍ରୀଡ଼ାର ଆଥଲେଟିକ୍ସ (ଟ୍ରାକ ଓ ଫିଲ୍ଡ)ରେ ଭାରତର ଏହା ପ୍ରଥମ ସ୍ୱର୍ଣ୍ଣ ପଦକ । ଅବିନାଶ ୮:୧୯:୫୦ ସମୟ ନେବା ସହିତ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ । ଏହି ମୁକାବିଲାର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଅବିନାଶ ଏକତରଫା ଭାବେ ପ୍ରାଧାନ୍ୟ ବିସ୍ତାର କରିଥିଲେ ।
ଅବିନାଶ ସ୍ୱର୍ଣ୍ଣ ଜିତିବା ପରେ ଭାରତର ମୋଟ ପଦକ ସଂଖ୍ୟା ଏବେ ୪୨ରେ ପହଞ୍ଚି ଯାଇଛି । ସେଥି ମଧ୍ୟରେ ୧୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୧୪ଟି କାଂସ୍ୟ ପଦକ ସାମିଲ ରହିଛି । ମହାରାଷ୍ଟ୍ରର ବାସିନ୍ଦା ଅବିନାଶ କମନୱେଲଥ ଗେମ୍ସ ୨୦୨୩ରେ ଜାତୀୟ ରେକର୍ଡ କରିବା ସହିତ ରୌପ୍ୟ ପଦକ ହାସଲ କରିଥିଲେ । ସେହିପରି ୨୦୧୯ ଦୋହା ଏସିଆନ ଆଥଲେଟିକସ ଚାମ୍ପିୟନଶିପରେ ସେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ ।
.@avinash3000m strikes #Gold🥇at #AsianGames2022 with a new #AsianGames Record 🥳
The ace #TOPSchemeAthlete clocked a time of 8:19.50 in Men's 3000m Steeplechase Event!
What a performance Avinash🌟! Heartiest Congratulations 👏👏#Cheer4India#HallaBol#JeetegaBharat… pic.twitter.com/fP9cPslmmW
— SAI Media (@Media_SAI) October 1, 2023