fbpx

(Video)ପାକିସ୍ତାନୀ ଆତଙ୍କବାଦୀ ମୁଲଫିତ କ୍ଵାସିର ଫାରୁକର ମୃତ୍ୟୁ, ଆତଙ୍କୀକାଣ୍ଡର ଥିଲା ଏକ ବଡ଼ ବାଦଶାହ

ଇସଲାମାବାଦ; ଆତଙ୍କୀକାଣ୍ଡର ଏକ ବଡ଼ ବାଦଶାହକୁ ଏନ୍କାଉଣ୍ଟର କରାଯାଇଥିବା ଖବର ଆସିପହଞ୍ଚିଛି । ଯାହାକୁ ଧରିବାକୁ ଭାରତ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଆସୁଥିଲା ସେଥିରେ ଆଜି ଏକ ପୂର୍ଣ୍ଣଚ୍ଛେଦ ପଡିଥିବା କଥା କୁହାଯାଉଛି । ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ମୁତାବକ, ମୋଷ୍ଟ ୱାଣ୍ଟେଡ ପାକିସ୍ତାନୀ ଆତଙ୍କବାଦୀ ମୁଲଫିତ କ୍ଵାସିର ଫାରୁକକୁ ପାକିସ୍ତାନରେ ଏନ୍କାଉଣ୍ଟର କରାଯାଇଛି । ଯାହାକୁ ନେଇ ଏବେ ଭାରତରେ ଏକ ବଡ଼ ଚର୍ଚ୍ଚା ଦେଖିବାକୁ ମିଳୁଛି ।

ସୂଚନା ଥାଉକି, ଭାରତରେ ଘଟିଥିବା ଅନେକ ଆତଙ୍କୀକାଣ୍ଡରେ କ୍ଵାସିର ଫାରୁକର ସଂପୃକ୍ତ ଥିବା ଚର୍ଚ୍ଚା ହେଉଥିଲା । ଯାହାକୁ ନେଇ ଭାରତର ମୋଷ୍ଟ ୱାଣ୍ଟେଡ ଥିଲା କ୍ଵାସିର ଫାରୁକ । ଏହି ଆତଙ୍କବାଦୀକୁ ଧରିବାକୁ ସ୍ଵତନ୍ତ୍ର ରଣନୀତି କରିଥିଲା ଭାରତ । ହେଲେ ଆଜି ତାର ମୃତ୍ୟ ହୋଇଥିବା ଖବର ଆସିପହଞ୍ଚିଛି । ତେବେ କ୍ଵାସିର ଫାରୁକର ସତରେ ମୃତ୍ୟୁ ହୋଇଛି କି ନାହିଁ ଏନେଇ କୌଣସି ସ୍ପଷ୍ଟତା ମିଳିନାହିଁ । ଏକ ଭାଇରାଲ ଭିଡିଓକୁ ଆଧାର କରି ତାର ମୃତ୍ୟୁ ହୋଇଥିବା କୁହାଯାଉଛି ।

ସୋସିଆଲ ମିଡିଆରେ କ୍ଵାସିର ଫାରୁକର ମୃତ୍ୟୁ ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି । ଏକ୍ସରେ ଭାଇରାଲ ହେଉଥିବା ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି କି, ଲସ୍କର-ଇ ତୋଇବା ଆତଙ୍କୀ କ୍ଵାସିର ଫାରୁକ ପାକିସ୍ତାନର କରାଚୀରେ ଏକ ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ଗୁଳିମାଡ କରାଯାଇଥିଲା । ତାକୁ ବଞ୍ଚାଇବାକୁ ତାର ସହକର୍ମୀମାନେ ଚେଷ୍ଟା କରିଥିଲେ । ହେଲେ ତାକୁ ବଞ୍ଚାଇପାରିନଥିଲେ । ହେଲେ ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ କ୍ଵାସିର କି ନୁହେଁ ବର୍ତ୍ତମାନ ସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ପ୍ରାଥମିକ ସୂଚନା ଅନୁସାରେ ସେ କ୍ଵାସିର ବୋଲି ପାକିସ୍ତାନର ଖବରକାଗଜ ‘ଡନ୍‌’ ନିଜ ରିପୋର୍ଟରେ ସ୍ପଷ୍ଟ କରିଛି ।

Get real time updates directly on you device, subscribe now.