fbpx

ସଇତାନର ଚିତ୍ର, ଆଉ କିଛି ଏମିତି ଲେଖା…୧୦୦ ବର୍ଷ ପରେ ଘରକୁ ଆସିଲା ପୁରୁଣା ଚିଠି

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଏମିତି ଜିନିଷ ମିଳିଯାଏ, ଯାହାକୁ ଦେଖି ଅତୀତର କେତେ ସ୍ମୃତି ମନେ ପଡ଼ିଯାଏ । ବେଳେବେଳେ କିଛି ଏଭଳି ଘଟଣା ବି ଘଟିଯାଏ, ଯାହା ହୃଦୟକୁ ଥରାଇ ଦିଏ ଏବଂ ଆଖିରେ ଲୁହ ଆଣିଦିଏ । ସେହିଭଳି ଏକ ଘଟଣା ଘଟିଯାଇଛି ଜଣେ ମହିଳାଙ୍କ ସହ । ୧୦୦ ବର୍ଷ ପୂର୍ବରୁ ତାଙ୍କ ପାଖକୁ ପଠାଯାଇଥିବା ଏକ ଚିଠି ବର୍ତ୍ତମାନ ତାଙ୍କ ପାଖରେ ପହଞ୍ଚିଛି । ପୋଷ୍ଟ କାର୍ଡରେ ଗୋଟିଏ ଅଦ୍ଭୁତ ଚିତ୍ର ସହ କିଛି ମେସେଜ ଲେଖା ହୋଇଥିଲା, ଯାହାକୁ ଦେଖି ଭାବବିହୋର ହୋଇଯାଇଛନ୍ତି ମିଶିଗନ ବେଲ୍ଡିଙ୍ଗର ବ୍ରିଟନୀ କୀଚ୍ ।

କୀଚ୍ କହିଛନ୍ତି ଯେ, ଏହି ପୋଷ୍ଟକାର୍ଡ ଆସିବା ପରେ ସେ ଏହାକୁ ପ୍ରଥମେ ଧ୍ୟାନ ଦେଇନଥିଲେ । କିନ୍ତୁ ଏହାକୁ ପାଖରୁ ଦେଖିବାରୁ ଏଥିରେ ଏକ ସେଣ୍ଟର ଜର୍ଜ ୱାଶିଂଟନର ଷ୍ଟାମ୍ପ ଥିଲା । ତେବେ ଆଶ୍ଚର୍ଯ୍ୟର ଘଟଣା ହେଉଛି ଏଥିରେ ଲେଖା ଥିବା ତାରିଖ ହେଉଛି ଅକ୍ଟୋବର ୨୯, ୧୯୨୦ । ଅର୍ଥାତ୍ ଏହି ଚିଠି ପ୍ରାୟ ୧୦୩ ବର୍ଷ ପୁରୁଣା ବୋଲି ଜଣାଯାଇଛି । ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କୀଚ୍ । ୧୦୦ ବର୍ଷ ପରେ ଅଚାନକ ଏହି ଚିଠି ପାଖକୁ କିପରି ଆସିଲା, ସେ ନେଇ କୀଚ୍ ଚିନ୍ତା କରୁଛନ୍ତି ।

फोटो- Brittneykeech@facebook

ତେବେ କୀଚ ଏହି ଚିଠି ପଢିବାକୁ ଖୋଲିବାରୁ କିଛି ଅଦ୍ଭୁତ ଜିନିଷ ଦେଖିବାକୁ ପାଇଥିଲେ । ଏହି ପୋଷ୍ଟ କାର୍ଡରେ ଏକ ସଇତାନର ଚିତ୍ର ରହିଥିଲା । ଏହାସହିତ ଗୋଟିଏ କଳା ବିଲେଇ, ବତକ, କଖାରୁ, ଝାଡ଼ୁ ଏବଂ ଗୋଟିଏ ପେଚାର ଚିତ୍ର ଅଙ୍କାଯାଇଥିଲା । ଏହାବ୍ୟତୀତ ଏଥିରେ ଲେଖାଥିଲା- “Witch would you rather be . . . a goose or a pumpkin-head?” ଅର୍ଥାତ୍, ”ସଇତାନ୍ ତୁମେ କ’ଣ ହେବାକୁ ଚାହିଁବ… ବତକ ନା କଖାରୁ ମୁଣ୍ଡ?”

ତେବେ କୀଚ୍ ଏହି ପୋଷ୍ଟକାର୍ଡ କେହି ରାୟ ମ୍ୟାକ୍ୱିନଙ୍କ ନାମରେ ରହିଥିଲା । ତେବେ ଏହା ପରିବାରର ଜଣେ ସଦସ୍ୟ ଅନ୍ୟ ଜଣକ ପାଖକୁ ଲେଖିଥିବା ଜାଣିବାକୁ ପାଇଥିଲେ କୀଚ୍ । ଏଥିରେ ଲେଖାଥିଲା: “ପ୍ରିୟ ସମ୍ପର୍କୀୟମାନେ … ଆମେ ସମ୍ପୂର୍ଣ୍ଣ ଭଲ ଅଛୁ କିନ୍ତୁ ମା’ଙ୍କ ଆଣ୍ଠୁରେ ଆଘାତ ଲାଗିଛି। ଏଠାରେ ବହୁତ ଥଣ୍ଡା ଅଛି।” ଲମ୍ବା ଅକ୍ଷରର ଶେଷରେ ଏହା ଲେଖାଯାଇଛି – “ଆମକୁ ଲେଖିବାକୁ ଭୁଲନ୍ତୁ ନାହିଁ ଜ୍ଝ”ଏହି ଚିଠିକୁ ଫ୍ଲୋସି ବରଗେସ୍ ଦସ୍ତଖତ କରିଛନ୍ତି।ସେ ଦୀର୍ଘ ଦିନ ହଜିଯାଇଥିବା ପୋଷ୍ଟକାର୍ଡକୁ ସେହି ପରିବାରକୁ ପଠାଇବେ ବୋଲି କିଚ୍ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.