fbpx

ଅବିଭକ୍ତ କୋରାପୁଟରେ ବସ ଧର୍ମଘଟ : ‘ଲକ୍ଷ୍ମୀ’ ଯୋଜନାକୁ ନେଇ ଘରୋଇ ବସ ମାଲିକ ସଂଘର ବିରୋଧ

କୋରାପୁଟ: ରାଜ୍ୟରେ ଘରୋଇ ବସ ମାଲିକ ସଂଘର ବିରୋଧ ପ୍ରତିକ୍ରିୟା । ‘ଲକ୍ଷ୍ମୀ’ ଯୋଜନାକୁ ନେଇ ବସ ମାଲିକଙ୍କ ଧର୍ମଘଟ ଚାଲିଛି । ୨୪ ଘଣ୍ଟିଆ ବସ ବନ୍ଦର ଡାକରା ଦେଇଛନ୍ତି ଘରୋଇ ବସ ମାଲିକ ସଂଘ । ଏହି ଧର୍ମଘଟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଆଦି ସ୍ଥାନରେ ୨୪ ଘଣ୍ଟା ପାଇଁ ଘରୋଇ ବସ ଚଳାଚଳ ବନ୍ଦ ରହିବ ବୋଲି କହିଛନ୍ତି । ଏଠାରେ ଧର୍ମଘଟ ଚାଲିଥିବା ପର୍ଯ୍ୟନ୍ତ ଅନ୍ୟ ଜିଲ୍ଲାରୁ କୌଣସି ବେସରକାରୀ ବସ ଆସିପାରିବ ନାହିଁ ।

Get real time updates directly on you device, subscribe now.