fbpx

ମୁହଁର ବ୍ରଣ ବି ହୋଇପାରେ ମୃତ୍ୟୁର କାରଣ , ଡାକ୍ତର କହିଲେ ବ୍ରଣ ସହ କରନ୍ତୁନି ଏପରି ଭୁଲ୍‌

ନୂଆଦିଲ୍ଲୀ:ମୁହଁରେ ବ୍ରଣ ଉଠିବା ଏକ ସାଧାରଣ କଥା । କିନ୍ତୁ ଏବେ ଡାକ୍ତର ମୁହଁରେ ଉଠୁଥିବା ବ୍ରଣକୁ ନେଇ ଏପରି କଥା କହିଛନ୍ତି ଯାହାକୁ ନେଇ ସମସ୍ତଙ୍କ ମନରେ ଏବେ ଭୟ ସଞ୍ଚାର ହୋଇଛି । ଡାକ୍ତର କହିଛନ୍ତି ବ୍ରଣ ସହିତ ଆମେ ଏପରି କିଛି ଭୁଲ୍ ଯଦି କରିଦେବା ତେବେ ଏହା ଆମ ମୃତ୍ୟୁର କାରଣ ବି ହୋଇପାରେ ।

ସାଧାରଣତଃ ଯଦି କାହାର ମୁହଁରେ ବ୍ରଣ ହୋଇଥାଏ ତେବେ ସେ ଏହାକୁ ନଖରେ ଚିପି ନଷ୍ଟ କରିଦେବାକୁ ଚେଷ୍ଟା କରିଥାଏ । କିନ୍ତୁ ବ୍ରଣକୁ ନଖରେ ଚିପି ନଷ୍ଟ କରିଦେବା ବେଳେ ବେଳେ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ଡାକ୍ତର କହିଛନ୍ତି ।
ଡାକ୍ତରଙ୍କ ମତରେ ବହୁ ବ୍ୟକ୍ତି ବ୍ରଣକୁ ନଖରେ ଖଣ୍ଡିଆ କରିବା ପରେ ଭୟଙ୍କର ସଂକ୍ରମଣର ଶିକାର ହୋଇଛନ୍ତି ଓ ବହୁ କଷ୍ଟରେ ସେମାନେ ନିଜ ଜୀବନ ବଞ୍ଚାଇପାରିଛନ୍ତି । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ରେସିଡେଣ୍ଟ ଡାକ୍ତର ଓ କାଲିଫର୍ଣ୍ଣିଆ ଡରବିନ୍ ମେଡିକାଲ ସେଣ୍ଟରର ଡାକ୍ତର ଏଭର ଏରିଆସ୍ ଏକ ବ୍ରଣ କିପରି ମୃତ୍ୟୁର କାରଣ ହୋଇପାରେ ସେ ବିଷୟରେ ସତର୍କ କରାଇ ଦେଇଛନ୍ତି ।

ଡାକ୍ତର କହିଛନ୍ତି ଫାଟିଯାଇଥିବା ବ୍ରଣ ମଧ୍ୟକୁ ଏକ ସ୍ୱତନ୍ତ୍ର ବ୍ୟାକ୍ଟେରିଆ ପ୍ରବେଶ କରିଯାଇଥାଏ ଯାହା ମେନିନଜାଇଟିସର କାରଣ ପାଲଟି ଯାଇଥାଏ । ଏହାଦ୍ୱାରା ମସ୍ତିଷ୍କ ଓ ମେରୁଦଣ୍ଡ ହାଡର ସଂକ୍ରମଣଜନିତ ରୋଗ ବି ହୋଇପାରେ । ଡାକ୍ତର କହିଛନ୍ତି ମୁହଁର ‘ଟ୍ରାଇଆଙ୍ଗଲ ଅଫ୍ ଡେଥ୍‌’ କୁହାଯାଉଥିବା କ୍ଷେତ୍ରରେ ଉଠିଥିବା ବ୍ରଣକୁ ନଖରେ ଖଣ୍ଡିଆ କରିବା କିମ୍ବା ଫୁଟାଇବା ଅନୁଚିତ । ଏହି କ୍ଷେତ୍ରରୁ ଶିରା ପ୍ରଶିରା କାନ ପର୍ଯ୍ୟନ୍ତ ଯାଇ ମସ୍ତିଷ୍କ ସହ ସଂଯୁକ୍ତ ହୋଇଛି ।

ଡାକ୍ତର କହିଛନ୍ତି ବ୍ରଣକୁ ଫୁଟାଇବା କିମ୍ବା ଖଣ୍ଡିଆ କରିବା ଦ୍ୱାରା ଏହା ଗମ୍ଭୀର ସଂକ୍ରମଣର କାରଣ ହୋଇପାରେ । ଏହାଦ୍ୱାରା ମୁହଁ ଫୁଲିଯିବା ସହିତ ରକ୍ତ ଜମାଟ ବାନ୍ଧିଯାଇପାରେ ଯାହାକୁ କେରାଟିନ ସାଇନସ୍ ଥ୍ରୋମ୍ବୋସିସ କୁହାଯାଏ । ଏହା ସହିତ ମେନିନଜାଇଟିସ ନାମକ ସଂକ୍ରମଣ ବି ହୋଇପାରେ ଯାହା ମସ୍ତିଷ୍କ କୋଷ ସଂକ୍ରମଣ ଜନିତ ଏକ ରୋଗ ହୋଇଥାଏ । ଏପରି ସ୍ଥିତିରେ ଜ୍ୱର ହେବା ସହ ବ୍ୟକ୍ତି ଚେତାଶୂନ୍ୟ ବି ହୋଇପାରେ । ବହୁ କେସ୍‌ରେ ମୃତ୍ୟୁ ବି ହୋଇଥାଏ ।

Get real time updates directly on you device, subscribe now.