fbpx

ପୋଷ୍ଟ ଶେୟାର କଲେ ମୋଦୀ: ପ୍ରଧାନମନ୍ତ୍ରୀଙ୍କ ଉପହାର ଓ ସ୍ମୃତି ଚିହ୍ନ ନିଲାମ କରାଯିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତାଙ୍କର ୯ ବର୍ଷର ଦୀର୍ଘ କାର୍ଯ୍ୟକାଳ ସମୟରେ ଅନେକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଅବସରରେ ମୋଦୀଙ୍କୁ ଅନେକ ଉପହାର ମିଳିଛି । ତେବେ ସେହିସବୁ ଉପହାର ଓ ସ୍ମୃତି ଚିହ୍ନଗୁଡ଼ିକୁ ରାଷ୍ଟ୍ରୀୟ ଆଧୁନିକ କଳା ଗ୍ୟାଲେରୀରେ ପ୍ରଦର୍ଶିତ କରାଯାଇଛି । ଏହାପରେ ସେହି ସବୁ ଉପହାରଗୁଡ଼ିକୁ ନିଲାମ କରାଯିବ ।

ସୂଚନା ମୁତାବକ, ଉପହାର ଓ ସ୍ମୃତି ଚିହ୍ନର ନିଲାମ ନେଇ ମୋଦୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ସୂଚନା ଦେଇଛନ୍ତି । ଏହି ଅବସରରେ ସେ ପ୍ରଦର୍ଶିତ ହୋଇଥିବା କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି । ଭାରତର ସମୃଦ୍ଧ ସଂସ୍କୃତି, ପରମ୍ପରା ଓ କଳାତ୍ମକ ଉତ୍ତରାଧିକାରର ପ୍ରମାଣ ବୋଲି ସେ ଲେଖିଛନ୍ତି । ମୋଦୀଙ୍କ ପୋଷ୍ଟ ପୂର୍ବରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମିନାଲୀ ଲେଖି ନିଲାମ ଉପରେ ଏକ ପ୍ରେସ ବାର୍ତ୍ତା ଦେଇଥିଲେ । ଏଥିସହିତ ସେ ଇ-ନିଲାମୀରେ ଭାଗ ନେବାକୁ ଓ ନମାମି ଗଙ୍ଗେ ପ୍ରକଳ୍ପରେ ଯୋଗଦାନ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ ।

ମୋଦୀ ପୁଣି କହିଥିଲେ, ମୋତେ ମିଳିଥିବା ସମସ୍ତ ଉପହାର ଓ ସ୍ମୃତି ଚିହ୍ନଗୁଡ଼ିକର ଏକ ବିସ୍ତୃତ ଲିଷ୍ଟ ଆଜିଠାରୁ ପ୍ରଦର୍ଶିତ କରାଯିବ । ବହୁ କାର୍ଯ୍ୟକ୍ରମ ଓ ଆୟୋଜନରେ ସାମିଲ ହେବା ଅବସରରେ ମୋତେ ଏଗୁଡ଼ିକ ମିଳିଥିଲ । ପ୍ରତିଥର ଭଳି ଏହି ସବୁ ବସ୍ତୁଗୁଡ଼ିକ ନିଲାମ କରାଯିବ ଓ ସେହି ନିଲାମରୁ ଯେଉଁ ଅର୍ଥ ମିଳିବ ତାହା ନମାମି ଗଙ୍ଗେ କାର୍ଯ୍ୟକ୍ରମରେ ଲାଗିବ ।

Get real time updates directly on you device, subscribe now.