fbpx

ପ୍ରସିଦ୍ଧ ଲେଖକ ରାଜନ ଖାନଙ୍କ ୨୮ ବର୍ଷୀୟ ପୁତ୍ର ଆତ୍ମହତ୍ୟା କଲେ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେର ପ୍ରସିଦ୍ଧ ଲେଖକ ରାଜନ ଖାନଙ୍କ ପୁଅ ଆତ୍ମହତ୍ୟା କରିଛନ୍ତି । ଆର୍ଥିକ ସମସ୍ୟା କାରଣରୁ ରାଜନଙ୍କ ୨୮ ବର୍ଷୀୟ ପୁତ୍ର ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି । ତେବେ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ ମିଳିଥିବା ବେଳେ ସେଥିରେ ଆର୍ଥିକ ସମସ୍ୟା ବିଷୟରେ ଉଲ୍ଲେଖ ରହିଛି । ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି ।

ସୂଚନା ମୁତାବକ, ପୁଣେର ଲେଖକ ରାଜନଙ୍କ ୨୮ ବର୍ଷୀୟ ପୁତ୍ର ଦେବୁ ରାଜନ ଖାନ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏହି ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ଶବକୁ ଜବତ କରି ପୋଷ୍ଟମର୍ଟମ ନିମନ୍ତେ ପଠାଇଥିଲା । ଏଥିସହିତ ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ ଜବତ କରିଥିଲା । ଆର୍ଥିକ ସମସ୍ୟା କାରଣରୁ ସେ ଆତ୍ମହତ୍ୟା କରିଥିବା ସେଥିରେ ଉଲ୍ଲେଖ ରହିଥିଲା ।

ତେବେ ଆତ୍ମହତ୍ୟା କରିଥିବା ଦେବୁ ଜଣେ ଆଇଟି ଇଞ୍ଜିନିୟର ଥିଲେ । ସେ ସୁଇସାଇଡ୍ ନୋଟରେ ନିଜର ମା’ ଓ ବନ୍ଧୁଙ୍କ ବିଷୟରେ ଲେଖିଥିଲେ । ଆର୍ଥିକ ସମସ୍ୟା ବହୁତ ଖରାପ ଥିବାରୁ ସେହି କାରଣରୁ ଦେବୁ ଡିପ୍ରେସନକୁ ଚାଲିଯାଇଥିଲେ । ଦେବୁଙ୍କୁ ହରାଇ ତାଙ୍କର ପରିବାର ଲୋକେ ଗଭୀର ଭାବେ ଭାଙ୍ଗିପଡ଼ିଥିଲେ । ପୋଲିସ ଏହି ମାମଲାରେ ଯାଞ୍ଚ ପ୍ରକ୍ରିୟା ଏବେ ଜାରି ରଖିଥିବା ବେଳେ ରିପୋର୍ଟ ଆସିବା ପରେ ତଦନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.