ନୂଆଦିଲ୍ଲୀ: ଆଜି ଏସୀୟ କ୍ରୀଡାର ଏକାଦଶ ଦିନରେ ଭାରତର ପଦକ ଜିତିବାର ଧାରା ଜାରି ରହିଛି । ଭାରତର ଅନାହତ ସିଂହ ଓ ଅଭୟ ସିଂହ ସ୍କ୍ୱାସ୍ ମିକ୍ସଡ୍ ଡବଲରେ କାଂସ୍ୟ ପଦକ ଜିତିଛନ୍ତି । ଭାରତର ଏହି ଯୋଡିଙ୍କୁ ସେମିଫାଇନାଲ ମ୍ୟାଚରେ ମ୍ୟାଲେସିଆର ଅଜମାନ ଓ ମୋହମ୍ମଦ କମଲଙ୍କ ଯୋଡି ହରାଇ ଦେଇଛନ୍ତି ।
𝗕𝗥𝗢𝗡𝗭𝗘 𝗛𝗢𝗡𝗢𝗥𝗦 𝗙𝗢𝗥 𝗜𝗡𝗗𝗜𝗔!🥉🇮🇳
The squash mixed doubles duo of @abhaysinghk98 and @Anahat_Singh13 clinch a well-deserved Bronze medal at #AsianGames2022👍🏻
Their journey may have ended in the mixed doubles at the Asian Games, but their achievements shine… pic.twitter.com/PjBt5h20r1
— SAI Media (@Media_SAI) October 4, 2023
ପ୍ରଥମ ଗେମ୍ ଭାରତର ଯୋଡି ଜିତିଥିବା ବେଳେ ପରବର୍ତ୍ତୀ ୨ ଗେମ୍ ମ୍ୟାଲେସିଆ ଖେଳାଳୀ ଜିତିଥିଲେ । ଅନାହତ ଓ ଅଭୟଙ୍କ ଏହି ପଦକ ଲାଭ ପରେ ଭାରତର ପଦକ ସଂଖ୍ୟା ୭୨ରେ ପହଞ୍ଚିଛି । ଏଥିମଧ୍ୟରେ ୧୬ ସ୍ୱର୍ଣ୍ଣ, ୨୬ ରୌପ୍ୟ ଓ ୩୦ ବ୍ରୋଞ୍ଜ ପଦକ ରହିଛି ।