fbpx

ଦିଲ୍ଲୀ ପୋଲିସ ACPଙ୍କ ଆତ୍ମହତ୍ୟା: ନିଜକୁ ନିଜେ କାହିଁକି ମାରିଲେ ଗୁଳି

ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ଏକ ଆଶ୍ଚର୍ଯ୍ୟଜନକ ଆତ୍ମହତ୍ୟାଜନିତ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ ପୋଲିସରେ କାର୍ଯ୍ୟରତ ଏସିପି ଅନିଲ ସିସୋସିଆ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ମୃତ୍ୟୁ ବେଳକୁ ଏସିପି ଅନିଲଙ୍କୁ ୫୫ ବର୍ଷ ବୟସ ହୋଇଥିଲା ।

ସୂଚନା ମୁତାବକ, ୩ ଦିନ ପୂର୍ବରୁ ଏସିପି ଅନିଲଙ୍କର ପତ୍ନୀଙ୍କର ପରଲୋକ ଘଟିଥିଲା । ମାତ୍ର ୩ ଦିନ ମଧ୍ୟରେ ଗୋଟିଏ ପରିବାରର ଦୁଇଜଣ ସଦସ୍ୟଙ୍କ ମୃତ୍ୟୁ ଘଟିବା ଘଟଣାକୁ ନେଇ ପୋଲିସ ମହଲରେ ହଡ଼କମ୍ପ ମଚିଯାଇଛି । ଦିଲ୍ଲୀ ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି । ଅନିଲ ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ କାର୍ଯ୍ୟରତ ଥିଲେ ।

ଆଜିର ସମୟରେ ଆତ୍ମହତ୍ୟା କୌଣସି ଏକ ଭୟଙ୍କର ବୀମାରୀଠାରୁ କମ୍ ନୁହେଁ । ଅନେକ ସମୟରେ ପ୍ରେମରେ ବିଫଳତା, ଆର୍ଥିକ ସମସ୍ୟା, ମାନସିକ ଚାପ ଆଦି ବିଭିନ୍ନ କାରଣରୁ ଅନେକ ବ୍ୟକ୍ତି ଆତ୍ମହତ୍ୟା ଭଳି କୁପଥକୁ ଆଦରି ନେଇଥାନ୍ତି । ତେବେ ଜଣେ ଆତ୍ମହତ୍ୟା କରିବା ପରେ ତାଙ୍କର ପରିବାର ଲୋକେ ଦୁଃଖ ଭୋଗିଥାନ୍ତି । ତେଣୁ ଭଳି ଏଭଳି ସଂକୀର୍ଣ୍ଣ ମନୋଭାବ ମନରୁ ଦୂର କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ପ୍ରତ୍ୟେକ ସମସ୍ୟାର ନିଶ୍ଚିତ ଭାବେ କିଛି ନା କିଛି ସମାଧାନ ରହିଛି । ତେଣୁ ଜୀବନ ଭଳି ଏକ ଦୁର୍ମୂଲ୍ୟ ଜିନିଷକୁ ଆମେ ନିଜ ହାତରେ ଶେଷ କରିଦେବା ନିଶ୍ଚିତ ଭାବେ ଏକ ଅକ୍ଷମଣୀୟ ଅପରାଧ ।

Get real time updates directly on you device, subscribe now.