ବିନା ଭିସାରେ ବୁଲନ୍ତୁ ବିଦେଶ: କେବଳ ପାସପୋର୍ଟର ରହିଛି ଆବଶ୍ୟକତା

ଓଡିଶା ଭାସ୍କର: ବିନା ଭିସାରେ ବୁଲନ୍ତୁ ବିଦଶେ, କେବଳ ପାସପୋର୍ଟର ଅଛି ଆବଶ୍ୟକତା । ଏପରି ୫୦ରୁ ଅଧିକ ଦେଶ ରହିଛି ଯେଉଁଠି ଭିସାର ଆବଶ୍ୟକ ପଡିନଥାଏ । କେବଳ ଭାରତୀୟ ପାସପୋର୍ଟ ଥିଲେ ଯାଇ ପାରିବେ ଅନେକ ଦେଶ । ଏହି ଲିଷ୍ଟରେ ଅଲ୍ୱାନିୟା, ସର୍ବିୟା ଏବଂ ୟୁଗାଣ୍ଡାର ବି ନାମ ରହିଛି । ଏପରିକି ଏହି ଦେଶକୁ ଯିବାକୁ ଆପଣଙ୍କୁ ଅଗ୍ରୀମ ଭିସାର ବି ଆବଶ୍ୟକ ପଡିନଥାଏ । ଏଥିରେ ଶ୍ରୀଲଙ୍କା ଏବଂ ଥାଇଲ୍ୟାଣ୍ଡ ଦେଶର ବି ନାମ ରହିଛି । କେତେକ ଦେଶରେ ଭାରତୀୟ ପାସପୋର୍ଟ ଦେଖିଲେ ପ୍ରବେଶ ପାଇଁ ଅନୁମତି ଦେଇ ଦେଉଛନ୍ତି । ଆହୁରି କିଛି ଦେଶରେ ଭିସା ଅନ୍ ଆରାଇଭାଲ୍ ର ବି ସୁବିଧା ରହିଛି । ଏହି ଦେଶ ଗୁଡିକୁ ଆପଣ ୩୦-୯୦ ଦିନ ପାଇଁ ଯାଇ ପାରିବେ । ସବୁଠି ଗରୁତ୍ୱପୂର୍ଣ୍ଣ କଥା ହେଉଛି, ଆପଣ ଯେଉଁ ଦେଶ ଯାଉଛନ୍ତି ପ୍ରଥମେ ସେ ଦେଶ ବିଷୟରେ କିଛି ଜରୁରୀ ସୂଚନା ରଖିବା ସହ ସେଠାକାର ନିୟମ ବିଷୟରେ ଭଲକରି ଜାଣି ନିଅନ୍ତୁ । ଏପରିକି ସେଠାକାର ଜଳବାୟୁ ସମ୍ବନ୍ଧରେ ଜାଣି ରଖିବା ବି ନିହାତି ଆବଶ୍ୟକ ରହିଛି ।