fbpx
BSKY SKY
BSKY SKY

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା; ଡିଏନଏ ରିପୋର୍ଟରୁ ଜଣା ପଡ଼ିଲା ପ୍ରକୃତ ସତ

BSKY

ଭୁବନେଶ୍ଵର: ଶିଶୁ ଅଦଳବଦଳ ଘଟଣାରେ ଆସିଲା ଡିଏନଏ ରିପୋର୍ଟ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣାକୁ ନେଇ ଏକ ଚର୍ଚ୍ଚା ଲାଗିରହିଥିଲା । ଗତ କିଛି ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ଏକ ଶିଶୁ ଅଦଳବଦଳ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପୁଅ ହୋଇଛି କହି ମେଡିକାଲ କତୃପକ୍ଷ ଝିଅ ଦେଇଥିବା ଭଳି ଏକ ସାଙ୍ଘାତିକ ଅଭିଯୋଗ ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଥିଲା । ଡିଏନଏ ରିପୋର୍ଟରୁ ସ୍ପଷ୍ଟ ଝିଅ ହୋଇ ଥିଲା, ଏନେଇ ସୂଚନା ଦେଲେ ଡିସିପି ପ୍ରତିକ୍ ସିଂ ।

ସୂଚନା ଥାଉକି, ରାଜକନିକା ଅଞ୍ଚଳର ପ୍ରାଣକୃଷ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ତାଙ୍କର ପୁଅ ହେଲା ବୋଲି ତାଙ୍କୁ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଥିଲା । ମାତ୍ର ଫଟୋ ଉଠାଇବାବେଳେ ତାଙ୍କର ଝିଅ ହୋଇଥିବା ସେ ଦେଖିବାକୁ ପାଇଥିଲେ । ଯାହାକୁ ଦେଖି ଆଶ୍ଚର୍ୟ୍ୟ ହେବା ସହ ଉକ୍ତ ଶିଶୁ କନ୍ୟା ତାଙ୍କର ନୁହେଁ ବୋଲି ସେ କହିଥିଲେ । ମେଡିକାଲ କତୃପକ୍ଷ ତାଙ୍କ ଶିଶୁକୁ ବଦଳ କରିଥିବା ସେ ଅଭଯୋଗ ଆଣିଥିଲେ । ଏଣୁ ସେ ଡିଏନଏ ଟେଷ୍ଟ ପାଇଁ ଦାବି କରିଥିଲେ। ଡିଏନଏ ଟେଷ୍ଟ ହେଉ, ରିପୋର୍ଟ ନ ଆସିବା ପର୍ୟ୍ୟନ୍ତ ମାଆ ଓ ଛୁଆଙ୍କୁ ନେବିନି ବୋଲି ସେହି ବ୍ୟକ୍ତି ଜଣଙ୍କ କହିଥିଲେ । ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଅଭିଯୋଗ ମଧ୍ୟ କରିଥିଲେ । ଅଜି ପ୍ରାଣକୃଷ ବିଶ୍ୱାଳଙ୍କ ଝିଅ ହୋଇଥିଲା ବୋଲି ସ୍ପଷ୍ଟ ହେଲା ।

 

Get real time updates directly on you device, subscribe now.