fbpx

(Video) କିଏ ସବୁଠାରୁ ଧନୀ? ୨ ନେତା ପଞ୍ଚମ ଫେଲ୍… ଆସିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରାର୍ଥୀଙ୍କ ରିପୋର୍ଟ

Advertisement

ଓଡ଼ିଶା ଭାସ୍କର: ଧିରେ ଧିରେ ରୋଚକ ହେବାରେ ଲାଗିଛି ରାଜ୍ୟ ରାଜନୀତି । ପ୍ରଥମ ପର୍ୟ୍ୟାୟ ମତଦାନ ଶେଷ ହେବା ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟକୁ ଅପେକ୍ଷା କରି ରହିଛନ୍ତି ରାଜ୍ୟବାସୀ । ଆସନ୍ତା ମେ’ ୨୦ ତାରିଖରେ ପୁଣି ହେବ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ତେବେ ଏହା ଭିତରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଲଢୁଥିବା ପ୍ରାର୍ଥୀଙ୍କ ଏଡିଆର ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ସମସ୍ତ ପ୍ରାର୍ଥୀଙ୍କ ସମସ୍ତ ତଥ୍ୟ ଜାଣିବାକୁ ମିଳିଛି । କେଉଁ ପ୍ରାର୍ଥୀ ସବୁଠାରୁ ଧନୀ ଏବଂ ସମ୍ପତ୍ତି ସହ ଅପରାଧିକ ମାମଲା ଏବଂଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ତଥ୍ୟ ଦେଇଛି ଏଡିଆର ରିପୋର୍ଟ ।

ନିର୍ବାଚନ ବିଜୟ ହାସଲ କରିବା ପାଇଁ ପ୍ରାର୍ଥୀ ପ୍ରଚାର ପ୍ରସାରରେ ମାତିଥିବାବେଳେ ଏଡିଆର ରିପୋର୍ଟ ଖୋଲୁଛି ପ୍ରାର୍ଥୀମାନଙ୍କର ସତର ଗୁମର ଜ୍ଝ ଆସନ୍ତା ୨୫ ତାରିଖରେ ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଏହି ପର୍ୟ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ସେମାନଙ୍କ ମଧ୍ୟରୁ ବିସ୍ତୃତ ବିବରଣୀ ସହ ନାମାଙ୍କନ ଭରି ସତ୍ୟପାଠ କରିଥିବା ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି ADR ଓ ଓଡ଼ିଶା ଇଲେକ୍ସନ ୱାଚ। ତୃତୀୟ ପର୍ୟ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ପ୍ରାୟ ୩୩ ପ୍ରତିଶତ ବିଧାୟକ ପ୍ରାର୍ଥୀ କୋଟିପତି ଥିବା ସୂଚନା ମିଳିଛି । କେନ୍ଦୁଝର ଚମ୍ପୁଆର ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ତୃତୀୟ ପର୍ୟ୍ୟାୟର ସବୁଠୁ ଧନୀ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ସମ୍ପତ୍ତିର ମୂଲ୍ୟ ୨୨୭ କୋଟି ୬୭ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି । ସେହିପରି ୧୨୨ କୋଟି ୮୬ ଲକ୍ଷ ଟଙ୍କା ସମ୍ପତ୍ତିର ମାଲିକାନା ସହ ଘସିପୁରାର ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ତାଲିକାରେର ଦ୍ୱିତୀୟ ଧନୀ ବିଧାୟକ ପ୍ରାର୍ଥୀ ବୋଲି ଜଣାପଡିଛି । ଏହାପରେ ୧୨୦ କୋଟି ୫୬ ଲକ୍ଷ ଟଙ୍କା ସମ୍ପତ୍ତି ସହ ଧନୀ ପ୍ରାର୍ଥୀ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ନୟାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ।

ତେବେ ସବୁଠୁ ରୋଚକପୂର୍ଣ୍ଣର୍ଣ୍ଣ ତଥ୍ୟ ହେଉଛି ଏହି ପର୍ୟ୍ୟାୟ ୩୮୧ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ଜଣ ଅର୍ଥାତ୍ ୨୬%ଙ୍କ ନାମରେ ରହିଛି ଅପରାଧିକ ମାମଲା । ୮୬ ଜଣଙ୍କ ନାମରେ ଗୁରୁତର ଅପରାଧ ମାମଲା ରହିଥିବା ବେଳେ ୪ ଜଣଙ୍କ ନାଁରେ ହତ୍ୟା ଭଳି ସଂଗୀନ ମାମଲା ମଧ୍ୟ ରହିଛି । ଏହାସହ ୨୬ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ଏବଂ ୨୮ ଜଣ ପ୍ରାର୍ଥୀଙ୍କ ନାମରେ ମହିଳା ବିରୋଧୀ ମାମଲା ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି । ଏମିତିକି ଜଣଙ୍କ ନାମରେ ଧର୍ଷଣ ଭଳି ସାଙ୍ଘାତିକ ମାମଲା ଥିବା ଏଡିଆର ରିପୋର୍ଟରୁ ଜାଣିବାକୁ ମିଳିଛି । ତେବେ କଟକ ବଡମ୍ବାରୁ ସମୃଦ୍ଧ ଓଡ଼ିଶା ପକ୍ଷରୁ ବିଧାୟକ ପ୍ରାର୍ଥୀ କୈଳାଶ ଚନ୍ଦ୍ର ନାୟକ ସବୁଠୁ ଗରିବ ବିଧାୟକ ପ୍ରାର୍ଥୀ ବୋଲି କହୁଛି ଏହି ରିପୋର୍ଟ । ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ମାତ୍ର ୧ ହଜାର ଟଙ୍କା ବୋଲି ଜଣାପଡ଼ିଛି । ଏହାସହ ତୃତୀୟ ପର୍ୟ୍ୟାୟର ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣ ପ୍ରାର୍ଥୀ ଖଡ଼ି ଛୁଇଁ ନଥିବା ବେଳେ ଅନ୍ୟ ଦୁଇ ଜଣ ମାଇନର ବା ପଞ୍ଚମ ଶ୍ରେଣୀ ବି ଡେଇଁ ନାହାନ୍ତି ।

ସୂଚନା ଅନୁସାରେ, ପ୍ରଥମ ପର୍ୟ୍ୟାୟ ନିର୍ବାଚନ ସୁରୁଖୁରୁରେ ସରିଥିବା ବେଳେ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ପର୍ବ ସରିଲାଣି । ମେ’ ୨୦ ତାରିଖରେ ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ଭୋଟର ପ୍ରସ୍ତୁତ ହୋଇ ସାରିଛନ୍ତି । ତେବେ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ପରେ ଓଡ଼ିଶାରେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ୟ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀ ।

Get real time updates directly on you device, subscribe now.