fbpx

କାହିଁକି ମହିଳାମାନେ ବନ୍ଧ୍ୟାଦୋଷର ଶିକାର ହୁଅନ୍ତି ? ଜାଣନ୍ତୁ କାରଣ

Advertisement

ଓଡ଼ିଶା ଭାସ୍କର: ନାରୀକୁ ପୂର୍ଣ୍ଣତାର ଅନୁଭବ କରାଇଥାଏ ମାତୃତ୍ୱ । ମାଆ ହେବା ଅନୁଭୂତି ସତରେ ନିଆରା । ଏହା ନାରୀକୁ ଏକ ନୂତନ ପରିଚୟ ଦେଇଥାଏ । ଆଜିକାଲି ଦୁନିଆରେ ନିଃସନ୍ତାନ ଦମ୍ପତ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇବା ଏକ ଚିନ୍ତାଜନକ ବିଷୟ ପାଲଟିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ ଦୁନିଆରେ ପ୍ରତ୍ୟେକ ୬ଷ୍ଠ ମହିଳା ବନ୍ଧ୍ୟାଦୋଷର ଶିକାର ହେଉଛନ୍ତି । ଆଜିକାଲି ଉଭୟ ଦମ୍ପତ୍ତି କର୍ମଜୀବୀ ହୋଇଥିବାରୁ ବିବାହ ପରେ ପରିବାର ପ୍ଲାନ୍ କରିବା ପାଇଁ ୨ରୁ ୩ ବର୍ଷ ସମୟ ନେଇଥାନ୍ତି । ଅନେକାଂଶରେ ଏହି ଅବଧି ବୃଦ୍ଧି ମଧ୍ୟ ପାଇଥାଏ । ସ୍ତ୍ରୀରୋଗ ବିଶେଷଜ୍ଞଙ୍କ କହିବାନୁଯାୟୀ ବିଳମ୍ବରେ ବିବାହ ଏବଂ ଆଧୁନିକ ଜୀବନଶୈଳୀ ବନ୍ଧ୍ୟାଦୋଷର ମୁଖ୍ୟ କାରଣ ଅଟେ । ତେବେ ଆସନ୍ତୁ ଜାଣିବା ଅନ୍ୟ କାରଣ ବିଷୟରେ ।

୧. ଧୂମପାନ: ଆଧୁନିକ ଯୁଗରେ ମହିଳା ପୁରୁଷ ସହ ତାଳ ଦେଇ ଚାଲିବାରେ ବିଶ୍ୱାସ ରଖିଥାଏ । ସେଥିପାଇଁ ପୁରୁଷଙ୍କ ଭଳି ଧୂମପାନ ଏବଂ ମଦ୍ୟପାନ ଭଳି କୁ ଅଭ୍ୟାସକୁ ମଧ୍ୟ ଆପଣାଇବା ପାଇଁ ପଛାଇନଥାଏ । ଏହା ଦ୍ୱାରା ମହିଳାଙ୍କ ଅଣ୍ଡାକୋଷରେ ଅଣ୍ଡାର ଗୁଣବତ୍ତା ହ୍ରାସ ପାଇଥାଏ ।

୨. ହାଇ ହିଲ୍ ପିନ୍ଧିବା: ଆଜିକାଲି ହାଇ ହିଲ୍ ପିନ୍ଧିବା ଏକ ପ୍ରକାର ଫ୍ୟାଶନରେ ପରିବର୍ତ୍ତନ ହୋଇଯାଇଛି । ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ଅନୁଯାୟୀ ହାଇ ହିଲ୍ ଗର୍ଭଧାରଣ କ୍ଷମତାକୁ ପ୍ରଭାବିତ କରିପାରେ । ଏହା ଦ୍ୱାରା ହର୍ମୋନ ଅସନ୍ତୁଳିତ ହୋଇଥାଏ । ତେଣୁ ଆଗକୁ ହାଇ ହିଲ୍ ପିନ୍ଧିବା ପୂର୍ବରୁ ଧ୍ୟାନ ଦିଅନ୍ତୁ ।

୩. ଏକ୍ସପର୍ଟଙ୍କ ଅନୁଯାୟୀ ଅଧିକ ଔଷଧ ସେବନ କରିବା ମଧ୍ୟ ଗର୍ଭଧାରଣ କ୍ଷମତାକୁ ପ୍ରଭାବିତ କରିପାରେ । ବିଶେଷ କରି ଅଧିକ ଗର୍ଭନିରୋଧକ ବଟିକା ସେବନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାର ଅଟେ । ଏହା ମିସକ୍ୟାରେଜର ସମ୍ଭାବନାକ ୁ ବୃଦ୍ଧି କରିଥାଏ ।

୪. ଆଜିକାଲି ଡାଇବେଟିସ୍ ଏକ ସାଧାରଣ ରୋଗ ଭାବରେ ଉଭା ହୋଇଛି । ତେଣୁ ନିଜ ଖାଦ୍ୟ ପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ନିୟମିତ ଡାକ୍ତରୀ ପରୀକ୍ଷା କରାନ୍ତୁ ଏବଂ ପରାମର୍ଶ ଅନୁଯାୟୀ ଔଷଧ ସେବନ କରନ୍ତୁ । ଡାଇବେଟିସ୍ ମାମଲାରେ ଟିକିଏ ବି ଅବହେଳା ମିସକ୍ୟାରେଜ୍ କରାଇଥାଏ ।

Get real time updates directly on you device, subscribe now.